ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ରାଜନୀତରେ ପ୍ରବେଶ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସ ତରଫରୁ ନୂଆ ଦାୟିତ୍ୱ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି।

ଦଳର ସାଧାରଣ ସଂପାଦିକା ଭାବେ ନିଯୁକ୍ତ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି। ସାଧାରଣ ସଂପାଦିକା ସହ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ବି କଂଗ୍ରେସପ୍ରିୟଙ୍କାଙ୍କୁ ଦେଇଛି।

ପ୍ରିୟଙ୍କାଙ୍କ ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବି ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି। ତେବେ ଜ୍ୟୋତିରାଦିତ୍ୟଙ୍କୁ ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିଲେ ଗୁଲାମନବୀ ଆଜାଦ।

ତେବେ ପ୍ରିୟଙ୍କା ଗାନ୍ଧି ରାଜନୀତି ମୈଦାନଙ୍କୁ ଓହ୍ଲାଇବା ପରେ ଏହା କଂଗ୍ରେସକୁ କେତେ ଫାଇଦା ଦେବ ତାହା ଆଗାମୀ ଲୋକସଭା ନିର୍ବାଚନ ବେଳେ ହିଁ ସ୍ପଷ୍ଟ ହୋଇପାରିବ।

Comment