ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ସଦର ମହକୁମା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ପରିସରରେ ଷ୍ଟୁଡେଣ୍ଟ ପୋଲିସ କେଡେଟ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।

ଏଥିରେ ବିଦ୍ୟାଳୟର କିଛି ବଛାବଛା ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ମୟୂରଭଞ୍ଜ ଏସପି, ବିକାଶ ପରିଷଦ ଅଧ୍ୟକ୍ଷ, ଓକିଲ ସଂଘର ସଭାପତି, ବାରିପଦା ପୌରପରିଷଦର ଅଧ୍ୟକ୍ଷା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବାରିପଦା ଏମ କେ ସି ଉଚ୍ଚ ବିଦ୍ୟାଳୟର ୪୪ ଓ କେନ୍ଦ୍ରୀୟ ବିଦ୍ୟାଳୟର ୪୪ଜଣ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଛି। ଏହି ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ତାଲିମ ଦିଆଯିବ ବୋଲି ଏସପି କହିଛନ୍ତି।

Comment