ଓଡ଼ିଶାଲାଇଭ୍ ବ୍ୟୁରୋ

କରଣୀ ସେନା ପକ୍ଷରୁ ଧମକ ଦିଆଯିବା ପରେ କଙ୍ଗନା ରଣାୱତଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

କଙ୍ଗନା ରଣାୱତଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ମଣିକର୍ଣ୍ଣିକା ଦ କୁଇନ୍‌ ଅଫ୍ ଝାନସୀ’ ବେଶ୍ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମର ସୁଟିଂ ଆରମ୍ଭ ଦିନରୁ ହିଁ ବିବାଦ ମୁଣ୍ଡ ଟେକିଛି। ବିବାଦକୁ ଦୃଷ୍ଟିରେ ରଖି ଫିଲ୍ମରେ ଝାନ୍ସୀ ରାଣୀଙ୍କ ଚରିତ୍ରରେ ଅଭିନୟ କରିଥବା କଙ୍ଗନା ମୁମ୍ବାଇସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।

 

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା କଙ୍ଗନାଙ୍କ ବାସଭବନ ଘେରାଉ କରିବାକୁ ଧମକ ଦେଇଥିଲେ। ଏହି ଧମକ ପାଇବା ପରେ କଙ୍ଗନା ତାଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି। ଫିଲ୍ମରେ ବ୍ରଟିଶମାନଙ୍କ ସହିତ ଲକ୍ଷ୍ମୀବାଈଙ୍କ ସଂପର୍କ ଦେଖାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି କରଣୀ ସେନା।

manikarnika-2

ପୂର୍ବରୁ ପ୍ରଥମେ ସର୍ବବ୍ରାହ୍ମଣ ମହାସଭା ପକ୍ଷରୁ ‘ମଣିକର୍ଣ୍ଣିକା’କୁ ବିରୋଧ କରାଯାଇଥିଲା। ଏହି ସଂଗଠନର ଅଭିଯୋଗ ଥିଲା ଯେ ଏହାର କାହାଣୀ ଇତିହାସ ସହିତ ମେଳ ଖାଉ ନାହିଁ। ଏହି ସଂଗଠନର ଅଧ୍ୟକ୍ଷ ସୁରେଶ ମିଶ୍ରା କହିଥିଲେ, ‘ମଣିକର୍ଣ୍ଣିକା’ର କିଛି ଦୃଶ୍ୟ ଓ ଗୀତର ସୁଟିଂ ସମୟରେ ସେ ଜାଣିବାକୁ ପାଇଲେ ଯେ ଏଥିରେ ରାଣୀ ଲକ୍ଷ୍ମୀବାଇଙ୍କର ଜଣେ ଇଂରେଜ ସହିତ ଆଫେଆର୍ ଥିବା ଦର୍ଶାଯିବ। ଏହି ବିବାଦ ଉଠିବା ମାତ୍ରେ ନିର୍ମାତା କମଲ ଜୈନ ସର୍ବବ୍ରାହ୍ମଣ ମହାସଭାର ରାଜ୍ୟ ଅଧ୍ୟକ୍ଷଙ୍କୁ ବୁଝାଇଥିଲେ ଇତିହାସର କଥା ସହିତ କିଛି ବି ଅମେଳ ରଖାଯିବ ନାହିଁ ସିନେମାରେ।

Comment