ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ (ଇସ୍ରୋ) ଗୁରୁବାର ରାତିରେ ମହାକାଶକୁ ସବୁଠୁ ଛୋଟ ଓ ହାଲୁକା କମ୍ୟୁନିକେସନ୍ ସାଟେଲାଇଟ୍ ଲଞ୍ଚ୍‌ କରିଛି। ଏହି ସାଟେଲାଇଟ୍‌ର ନାଁ ଭାରତର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ନାମରେ ‘କଲାମସାଟ’ ରଖାଯାଇଛି। ସବୁଠାରୁ ବଡ଼ କଥା, ଏହି ସାଟେଲାଇଟ୍‌ ଭାରତୀୟ ଛାତ୍ରମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହା ଦୁନିଆଁର ସବୁଠାରୁ ହାଲୁକା ସାଟେଲାଇଟ୍‌।

ଇସ୍ରୋର ପିଏସ୍‌ଏଲ୍‌ଭି-ସି୪୪ ରକେଟ ଜରିଆରେ ଗୁରୁବାର ଶ୍ରୀହରିକୋଟାର ସତିଶଧାଓ୍ୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ଏହି ସାଟେଲାଇଟ୍ ମହାକାଶକୁ ପଠାଯାଇଛି। ଗୁରୁବାର ରାତି ୧୧ଟା ୩୭ ମିନିଟରେ ଏହ ଲଞ୍ଚ୍‌ ହୋଇଥିଲା। ୭୪୦କିଲୋଗ୍ରମ ବିଶିଷ୍ଟ ‘ମାଇକ୍ରୋସାଟ୍-ଆର’ ସାଟେଲାଇଟ୍‌ ସହିତ ‘କଲାମସାଟ’କୁ ଲଞ୍ଚ୍‌ କରାଯାଇଛି।

ଏହି ମିଶନର ସଫଳତା ପରେ ଇସ୍ରୋ ଅଧ୍ୟକ୍ଷ କେ ଶିବାନ ଭାରତର ଛାତ୍ରଛାତ୍ରୀମାନଙ୍କୁ ନୂତନ ସାଟେଲାଇଟ୍ ନିର୍ମାଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଉକ୍ତ ସାଟେଲାଇଟ୍‌ ଇସ୍ରୋ ଦ୍ୱାରା ଉତ୍‌କ୍ଷେପଣ କରାଯିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Comment