ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶ ଆଜି ପାଳନ କରୁଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ଵରର ଗାନ୍ଧି ମାର୍ଗରେ ମଧ୍ୟ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିବା ସହ ରାଜ୍ୟ ସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

“ଆଜି ହେଉଛି ଭାରତୀୟ ଗଣତନ୍ତ୍ର ପାଇଁ ଏକ ପବିତ୍ର ଦିନ। ଭାରତ ମାତାର ସେବା ପାଇଁ ଯେଉଁ ବରପୁତ୍ରମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନଙ୍କୁ ଆଜି ସ୍ମରଣ କରିବାର ଦିନଟିଏ। ସମସ୍ତଙ୍କ ମନରେ ଦେଶ ଭକ୍ତିର ଭାବନା ରହିବା ଦରକାର। ଯେଉଁମାନଙ୍କ ବଳିଦାନରେ ଦେଶ ସ୍ୱାଧୀନ ହୋଇଛି ଏବଂ ଭାରତ ଏକ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବେ ସାରା ବିଶ୍ୱରେ ମାନ୍ୟତା ପାଇଛି ସେମାନଙ୍କୁ ସମସ୍ତ ଭାରତୀୟ ମନେପକାଇବା ଦରକାର”, କହିଛନ୍ତି ରାଜ୍ୟପାଳ।

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ୫୩ ପ୍ଲାଟୁନ୍ ଟ୍ରୁପ୍ ପରେଡ୍‌ରେ ସାମିଲ ହୋଇଥିଲେ। ଓଡ଼ିଶା ପୋଲିସ, ଅଗ୍ନିଶମ ବିଭାଗ, ଏନସିସି, ସ୍କାଉଟ୍ ଆଣ୍ଡ ଗାଇଡ୍‌ସ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନେ ଡେୟାର ଡେଭିଲ୍ ସୋ’ ପ୍ରଦର୍ଶନ କରିଥିଲେ।

Comment