ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨୫ ତାରିଖରୁ ମାଓବାଦୀ ପାଳୁଥିବା ସହିଦ ସପ୍ତାହର ଆଜି ଶେଷ ଦିନ। ଶେଷ ଦିନରେ ବିଭିନ୍ନ ସ୍ଥାନରେ ମାଓବାଦୀ ରାସ୍ତା ଅବରୋଧ କରିବା ସହିତ ମାଓ ପୋଷ୍ଟର ଲଗାଇଛନ୍ତି। ତେଣୁ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ମାଓବାଦୀମାନେ କନ୍ଧମାଳର ବାଲିଗୁଡ଼ା, ତୁମୁଡ଼ିବନ୍ଧ, ବାଲିଗୁଡ଼ା ଅଞ୍ଚଳରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।

ବାଲିଗୁଡ଼ା ଓ ଦାରିଙ୍ଗିବାଡ଼ି ଭିତରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେପଟେ ସହିଦ ସପ୍ତାହ ପାଳନ ପାଇଁ ମାଲାକାନଗିରି ଅଞ୍ଚଳରେ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସହିଦ ସପ୍ତାହ ପାଳନ ମଧ୍ୟରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଥିଲା। ମାଲକାନାଗିରି ଜିଲ୍ଲାରେ ମାଥିଲି ବ୍ଲକ ଅନ୍ତର୍ଗତ ମଧୁପଦରଠାରେ ଏକ ଯାତ୍ରାବାହୀ ବସ୍‌ରେ ନିଆଁ ଲଗାଇ ଦେଇଥିଲେ ମାଓବାଦୀ।  ବସ୍‌ରୁ ଯାତ୍ରୀଙ୍କୁ ବାହାର କରି ବସ୍‌କୁ ଜାଳି ଦେଇଥିଲେ ଫଳରେ କୌଣସି ଯାତ୍ରୀ ଆହତ ହୋଇନଥିଲେ।

Comment