ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡର ଡ୍ୟାନ୍ସିଂ ଯୋଡ଼ି ଅଭିନେତା ବରୁଣ ଧୱନ ଓ ଶ୍ରଦ୍ଧା କପୁର ପୁଣି ଥରେ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି ଜବରଦସ୍ତ ଡ୍ୟାନ୍ସ ଫିଲ୍ମ। ଏହି ଫିଲ୍ମର ନାଁ  ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’।

ନିର୍ଦ୍ଦେଶକ ରେମୋ ଡିସୌଜାଙ୍କ ଫିଲ୍ମ ‘ଏବିସିଡି’ ର ତୃତୀୟ ସିକ୍ୱେଲ୍‌ ହେଉଛି ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’। ନିକଟରେ ଏହି ଫିଲ୍ମର ଫାଷ୍ଟ୍‌ ଲୁକ୍‌ ପୋଷ୍ଟର ରିଲିଜ ହେବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୋଷ୍ଟରରେ ବରୁଣ ଧୱନ ନିଜ କେଶକୁ ସୁନେଲି ରଙ୍ଗ କରି କୁଲ ଲୁକ୍‌ରେ ନଜର ଆସିଛନ୍ତି। ସେହିପରି ଶ୍ରଦ୍ଧା କପୁର ଜବରଦସ୍ତ ଡ୍ୟାନ୍ସି ଲୁକିଂରେ ନଜର ଆସିଛନ୍ତି।

ଆସନ୍ତା ନଭେମ୍ବର ୮ରେ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ ରିଲିଜ୍‌ ବଡ଼ ପରଦାରେ ରିଲିଜ ହେବ। ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ ଫିଲ୍ମର ନିର୍ଦ୍ଦେଶକ ହେଉଛି ରେମୋ ଡିସୌଜା। ଏହି ଫିଲ୍ମ ‘ଏବିସିଡି’ ସିରିଜର ତୃତୀୟ ସିକ୍ୱେଲ୍‌। ଏହି ଫିଲ୍ମରେ ଡ୍ୟାନ୍ସିଂ ସୁପରଷ୍ଟାର ପ୍ରଭୁଦେବା ମଧ୍ୟ ନଜର ଆସିବେ।

Comment