ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଇଡିର ବାରମ୍ବାର ପଚରାଉଚରାକୁ ପ୍ରିୟଙ୍କା କହିଲେ, “ଏ ସବୁ ଏମିତି ଚାଲିବ। ମୁଁ ମୋ କାମ କରୁଛି।”

କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ମଙ୍ଗଳବାର ଜୟପୁରରେ ଇଡି ପଚରାଉଚରା କରିଥିଲା। ଏହା ପୂର୍ବରୁ ଇଡି ଦିଲ୍ଲୀରେ ତିନିଥର ପଚରାଉଚରା କରିସାରିଛି। ଇଡି ଏଥର ମନି ଲଣ୍ଡିଙ୍ଗ ମାମଲା ଓ ବିକାନେର୍‌ ଜମି ଡିଲ ମାମଲାରେ ପ୍ରଶ୍ନବାଣ କରିଥିଲା। ଆଜି ପୁଣି ଲଗାତାର ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରିବ। ତେବେ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ପଚରାଉଚରା ବାବଦରେ ପ୍ରିୟଙ୍କା ଗାନ୍ଧି ହାଲକା ଭାବେ ନିଜର ମତାମତ ରଖିଲେ। ପ୍ରିୟଙ୍କା କହିଲେ କି ଏ ସବୁ ଏମିତି ଚାଲିବ। ମୁଁ ମୋ କାମ କରୁଛି।

ପ୍ରିୟଙ୍କା ଲଗାତାର ୧୫ ଘଣ୍ଟା ପର୍ଯ୍ୟନ୍ତ ଲକ୍ଷ୍ନୌରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ଅଲଗା ଅଲଗା ବୈଠକ କରିଥିଲେ। ଏହି ବୈଠକ ସକାଳ ୫ଟାରେ ଶେଷ ହୋଇଥିଲା।

ଅନ୍ୟପକ୍ଷରେ ମଙ୍ଗଳବାର ରାହୁଲ ଗାନ୍ଧିଙ୍କୁ ଭିଣୋଇ ରବର୍ଟ ଭଦ୍ରାଙ୍କ ଇଡି ଯାଞ୍ଚ ବିଷୟରେ ପଚରା ଯାଇଥିଲା। ରାହୁଲ ମଧ୍ୟ କହିଲେ ଇଡି ଯାହାକୁ ଇଛା ତାକୁ ପ୍ରଶ୍ନ ପଚାରନ୍ତୁ କିନ୍ତୁ ରାଫେଲ ଡିଲ୍‌ ଉପରେ ବି ଯାଞ୍ଚ କରାଯାଉ।

ବିକାନେରରେ ଜମି ଘୋଟାଲା ମାମଲାରେ ଜୟପୁରରେ ଭଦ୍ରାଙ୍କୁ ପଚରାଉଚରା କରାଯାଉଛି। ମଙ୍ଗଳବାର ପାଖାପାଖି ୯ ଘଣ୍ଟା ପଚରାଉଚରା କରିଥିଲେ। ଇଡି ଭଦ୍ରାଙ୍କ ମା’ ମୌରୀନଙ୍କୁ ମଧ୍ୟ ପଚରାଉଚରା କରିଥିଲେ।

Comment