ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଆକ୍ଟର ଅଜୟ ଦେବଗନ, ମାଧୁରୀ ଦିକ୍ଷୀତ ଏବଂ ଅନିଲ କପୁରଙ୍କ ଅଭିନୀତ ‘ଟୋଟାଲ ଧମାଲ’ର ପୂରା ଟିମ୍‌ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ସିଆରପିଏଫ ଯବାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଟୋଟାଲ ଧମାଲର ପୂରା ଟିମ୍‌ ଯବାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ସିନେମା ସମୀକ୍ଷକ ତରଣ ଆଦର୍ଶ ଏନେଇ ଟୁଇଟ୍‌ କରିଛନ୍ତି।

ଏହାସହ ଅଜୟ ଦେବଗନ୍‌ ଟୁଇଟ କରି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ସେ ଲେଖିଛନ୍ତି ଯେ ଟୋଟାଲ ଧମାଲ ଟିମ୍‌ ନିଷ୍ପତ୍ତି ନେଇଛନ୍ତି କି ଏହି ଫିଲ୍ମକୁ ପାକିସ୍ତାନରେ ରିଲିଜ୍‌ କରାଯିବ ନାହିଁ।
ଏହା ପୂର୍ବରୁ ସଲମାନ ଖାନ୍‌ ନିଜ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ୍‌ ପକ୍ଷରୁ ଜମ୍ମୁ-କଶ୍ମୀରର ପୁଲୱାନାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ସହାୟତା କରିଥିଲେ। ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଫିଲ୍ମର ଟିମ୍‌ ମଧ୍ୟ ଯବାନଙ୍କ ପରିବାରକୁ ୧ କୋଟି ସହାୟତା ଦେଇଛନ୍ତି।

ଅମିତାଭ ବଚ୍ଚନ ମଧ୍ୟ ସହିଦଙ୍କ ପରିବାରକୁ ୫ ଲକ୍ଷର ସହାୟତା ରାଶି ଦେଇଛନ୍ତି।

Comment