ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। କେନ୍ଦ୍ର କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ୯ ପ୍ରତିଶତରୁ ୧୨ ପ୍ରତିଶତକୁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି।

୨୦୧୯ ଜାନୁଆରି ୧ରୁ ଏହା ଲାଗୁ ହେବ। ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏ ସମ୍ପର୍କିତ ପ୍ରସ୍ତାବରେ ମୋହର ବାଜିଛି। ୧ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଏବଂ ପେନସନଧାରୀ ଏଥିରେ ଉପକୃତ ହେବେ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, “କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀ ଏବଂ ପେନସନଧାରୀଙ୍କୁ ମିଳୁଥିବା ମହଙ୍ଗା ଭତ୍ତାରେ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ପୂର୍ବରୁ ସେମାନଙ୍କୁ ୯ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା। ଏଣିକି ୧୨ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ। ଏଥିପାଇଁ ଦେଶର ରାଜକୋଷ ଉପରେ ୯୧୬୮.୧୨ ପ୍ରତିଶତ ଅତିରିକ୍ତ ବୋଝ ପଡ଼ିବ। ୪୮.୪୧ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୨.୦୩ ଲକ୍ଷ ପେନସନଧାରୀ ଏଥିରେ ଉପକୃତ ହେବେ।”

Comment