ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶ ହୋସଙ୍ଗାବାଦର ଜନୈକ ପୁଲିସ କନେଷ୍ଟବଳ ପୁନମ୍ ବିଲୋରିଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ସେ ଯେଉଁ ବିରଳ ମାନବିକତା ଦେଖାଇଛନ୍ତି, ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ତାଙ୍କ ନିକଟକୁ ଦେଶର ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

ହୋସଙ୍ଗାବାଦରେ ଟ୍ରେନରୁ ଖସି ଜଣେ ଅଜ୍ଞାତ ଯୁବକ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ।  କନେଷ୍ଟବଳ ପୁନମ୍ ବିଲୋରି ଖବର ପାଇବା ପରେ ଥାନାର ଜିପରେ ଡ୍ରାଇଭର ରାହୁଲ ସାକେଲେଙ୍କୁ ସଙ୍ଗରେ ଧରି ଘଟଣାସ୍ଥଳକୁ ଯାଇଥିଲେ। ହେଲେ, ଘଟଣାସ୍ଥଳକୁ ପୁଲିସ୍ ଜିପ ଯିବା ପାଇଁ କୌଣସି ରାସ୍ତା ନଥିଲା।

ଫଳରେ ଘଟଣାସ୍ଥଳଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଜିପ ଓ ଡ୍ରାଇଭର ରାହୁଲଙ୍କୁ ଛାଡ଼ିଦେଇ, ତାଙ୍କୁ ଫୋନ୍ କରିଥିବା ବ୍ୟକ୍ତିକୁ ଧରି ସେ ଚାଲିଚାଲି ଯାଇ ଘଟଣାସ୍ଥଳରେ ପହଞ୍ଚିଲେ। ଚଳନ୍ତା ଟ୍ରେନରୁ ଖସିପଡ଼ି ଯୁବକଙ୍କ ଗୋଡ଼ କଟିଯାଇଥିବା ଦେଖିଥିଲେ ।

ପରେ ଯେତେବେଳେ ଦେଖିଲେ ଯେ ଯୁବକ ଜଣକ ଜୀବିତ ଅଛନ୍ତି ସେ ତାକୁ ତୁରନ୍ତ ହସ୍ପିଟାଲକୁ ନେବାକୁ ବାହାରିଲେ। ହେଲେ, ଜିପ ନଥିବାରୁ  ଆଗପଛ ବିଚାର ନକରି ଆହତ ଯୁବକ ଜଣଙ୍କୁ ନିଜ କାନ୍ଧରେ ଉଠାଇଲେ ଓ ରେଳ ଧାରଣା ଉପରେ ଦୌଡ଼ି ଦୌଡ଼ି ଯାଇ ପହଞ୍ଚିଲେ ଜିପ ନିକଟରେ। ପରେ ଚକିତ୍ସା ପାଇଁ ତାଙ୍କୁ ପୋଲିସ୍ ଜିପରେ ନେଇ ହସ୍ପିଟାଲରେ ପହଞ୍ଚାଇଲେ। ତୁରନ୍ତ ଚିକିତ୍ସା ପରେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି। ଆହତ ଯୁବକଙ୍କ ନାମ ଅଜିତ୍ ଓ ତାଙ୍କର ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି।

Comment