ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମ୍ମୁ କାଶ୍ମୀରର ପୁଲୱାମାରେ ପୁଣି ଅସ୍ତ୍ର ବିରତି ଉଲଘଂନ ହୋଇଛି। ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି। ସୁରକ୍ଷାବଳ ଆତଙ୍କି ଲୁଚିରହିଥିବା ଅଞ୍ଚଳକୁ ସମ୍ପୁର୍ଣ୍ଣ ଘେରି ନେଇଛନ୍ତି। ଅଳ୍ପ ସମୟ ବ୍ୟବଧାନରେ ଉଭୟ ପଟୁ ଗୁଳିବିନିମୟ କରାଯାଉଛି।

ଅନ୍ୟପଟେ ଆତଙ୍କିଙ୍କ ଅଞ୍ଚଳକୁ ସୁରକ୍ଷାବଳ ଘେରିଥିବା ଦେଖିବା ପରେ ଆତଙ୍କବାଦୀଙ୍କ ସମର୍ଥନରେ ସ୍ଥାନୀୟ ଲୋକ ପଥରମାଡ଼ କରିଛନ୍ତି। ଯାହାକୁ ରୋକିବା ଲାଗି ସୁରକ୍ଷାବଳଙ୍କ ତରଫରୁ ଲୁହ ବୁହା ଗ୍ୟାସ ବ୍ୟବହାର କରାଯାଇଛି।

ଗତ ଗୁରୁବାର ବି ଉକ୍ତ ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ଯେଉଁଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜଙ୍ଗଲରେ ଆତଙ୍କି ଲୁଚିରହିଥିବା ସୂଚନା ମିଳିବା ପରେ ସୁରକ୍ଷାବଳଙ୍କ ତରଫରୁ ଅପରେସନ ଆରମ୍ଭ କରାଯାଇଥିଲା। ଜଙ୍ଗଲରେ ଉଭୟପଟୁ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ଯବାନ ବି ଆହତ ହୋଇଥିଲେ।

Comment