ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହର ରଥ ନିଜ ଅଭିନୟ ଲାଗି ପ୍ରତିଟି ଘରେ ପରିଚିତ। ଭିନ୍ନ ଭିନ୍ନ ଚରିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ହର ଅଭିନୟ କରିଥିବା ଫିଲ୍ମ ଭିତରୁ ଅଧିକାଂଶରେ ଭିଲେନ ରୋଲ ରେ ନଜର ଆସିଛନ୍ତି।

ଆଲବମ୍‌ରୁ ଅଭିନୟ ଆରମ୍ଭ କରିଥିଲେ ହର। ଅନେକ ଲୋକପ୍ରିୟ ସିରିୟଲ ସହ ଫିଲ୍ମରେ ଅଭିନୟ କରିଛନ୍ତି ହର। ତେବେ ହର ରିଲ୍‌ରେ ଭିଲେନ ରୋଲ କରୁଥିବା ବେଳେ ରିଅଲ ଲାଇଫରେ ସେ ସମ୍ପୁର୍ଣ୍ଣ ଅଲଗା। ସେଥିଲାଗି ତାଙ୍କୁ ଅନେକ ହରଙ୍କୁ ଭଲ ମଣିଷ ବୋଲି କହିଥାନ୍ତି। ଏପରିକି ତାଙ୍କର ସ୍ପଷ୍ଟବାଦୀ ଗୁଣ ଯୋଗୁଁ ହର ସବୁଠି ପ୍ରିୟ।

ହର ତାଙ୍କ ପତ୍ନୀ ପରିବାରକୁ ମଧ୍ୟ ସମୟ ଦିଅନ୍ତି ବୋଲି କହନ୍ତି ପତ୍ନୀ ଫଲଗୁ।

ଫଲଗୁ ଶତପଥୀ ଓ ହର ରଥଙ୍କ ବିବାହକୁ ୫ବର୍ଷ ହେବଣି। ସେମାନଙ୍କ ପ୍ରଥମ ଦେଖା କଲେଜରେ ହୋଇଥିଲା ତାପରେ ପରିବାରର ସହମତିରେ ବିବାହ ଲାଗି ପ୍ରପୋଜାଲ ଆସିବା, ପରେ ଭଲପାଇବା ଓ ବିବାହ।

ହର ଓ ଫଳଗୁ କୁହନ୍ତି କି, ‘‘ପ୍ଲାନ କରି କିଛି ହୋଇନଥାଏ ମାତ୍ର ଯାହା ହେବାର ଥିବ ତାହା ହିଁ ହୋଇଥାଏ। ଯଦି ଦୁଇଜଣଙ୍କ ମାନସିକାତା ମିଶିଛୁ ତେବେ ବିବାହ ଲାଇଫ ଆପେ ଆପେ ସୁନ୍ଦର ହେବ।” ହରଙ୍କ ଲାଗି ଫଲଗୁ ହେଉଛନ୍ତି ତାଙ୍କର ସବୁଠୁ ବଡ଼ ଶ୍ରୋତା।

Comment