ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଓକେରେ ଭାରତୀୟ ବାୟୁ ସେନା ଆକ୍ରମଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜୁରୀରୀ ବୈଠକ ଚାଲିଛି। ସୂଚନାନୁସାରେ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ଚାଲିଛି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ନେଇ ବୈଠକ ଚାଲିଛି। ଏହା ସହିତ ବୈଠକରେ ବୈଦେଶିକ ମନ୍ତ୍ରୀ,ଅର୍ଥ ମନ୍ତ୍ରୀ ଓ ଅନ୍ୟବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ ସୀମାରେ ହାଇ ଆଲର୍ଟ ଜାରି କରିଛି ଭାରତୀୟ ବାୟୁ ସେନା। ପାକିସ୍ତାନ ସେନାର ଆକ୍ରମଣ ଆଶଙ୍କାରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହ ସୀମାରେ ସମସ୍ତ ପ୍ରତିରକ୍ଷା ଶିବିର ଉପରେ କଡ଼ା ନଜର ରଖାଯାଇଛି।

ଏହି ଘଟଣା ପରେ ପାକିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ଓ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

Comment