ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦ ଆକ୍ରମଣ ବିରୋଧରେ ସେନାର ପ୍ରତିଶୋଧ ପରେ ପୂରା ଦେଶ ସେନାକୁ ସାଧୁବାଦ ଜଣାଉଛି। ଏହାସହିତ ଅପରେସନକୁ ନେଇ ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ଏହାସହିତ ଅପରେସନ ଶତ ପ୍ରତିଶତ ସଫଳ ହୋଇଥିବା ଅଜିତ ଡୋଭାଲ କହିଛନ୍ତି।

ସେପଟେ ଘଟଣାପରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରାପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ କରିଛନ୍ତି। ସେପଟେ ବାୟୁସେନା ମୁଖ୍ୟାଳୟରେ ବୈଠକ ଚାଲିଛି। ଆଗକୁ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ଆଲୋଚନା ଜାରି ରହିଛି। ବାୟୁସେନା ଅଧ୍ୟକ୍ଷ ବି.ଏସ.ଧନୱାଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ବାୟୁସେନାର ଲଢ଼ୁଆ ବିମାନ ଏଲଓସି ଅତିକ୍ରମ କରି ବୋମା ମାଡ଼ କରିଛନ୍ତି। ଏହି ଆକ୍ରମଣ ପରେ ଜେ ଏ ଏମର ତିନୋଟି ପେଣ୍ଠ ଧୂଳିସାତ ହୋଇଛି। ଏହି ସଂଗଠନର ଏକ କଣ୍ଟ୍ରୋଲ ରୁମ ମଧ୍ୟ ଛାରଖର ହୋଇଯାଇଛି। ଆଜିର ଏହି ବୋମା ମାଡ଼ରେ ସଂଗଠନର ପ୍ରଚୁର କ୍ଷତି ହୋଇଛି।

Comment