ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭରୁ ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଦ୍ୱିତୀୟ ଦିନ ଇଂରାଜୀ ଏବଂ ତୃତୀୟ ଦିନ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ହେଲେ ମାଟ୍ରିକ୍‌ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଛି।

ମାଟ୍ରିକ୍‌ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇନି ବୋଲି କହିଲେ ବୋର୍ଡ ସଭାପତି।

ତେବେ ବଲାଙ୍ଗିର ସଇଁତଳାରେ ମାଟ୍ରିକ୍‌ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ଖବର ପ୍ରଘଟ ହୋଇଥିଲା। ପୂର୍ବରୁ ବଲାଙ୍ଗିର ଡିଇଓ ମଧ୍ୟ ଖଣ୍ଡନ କରିଥିଲେ।

ଏହାସହ ପରୀକ୍ଷାକୁ ନେଇ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି।

Comment