ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ। ବିଜୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସମସ୍ତେ ତାଙ୍କୁ ମନେପକାଉଛନ୍ତି।

ବିଜୁ ବାବୁଙ୍କ ଜନ୍ମଜୟନ୍ତୀରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରେନ୍ଦ୍ର ମୋଦି ଟୁଇଟ୍‌ କରି ଲେଖିଛନ୍ତି ଓଡ଼ିଶାର ବିକାଶ ଲାଗି ବିଜୁବାବୁ ଅନେକ କିଛି କାମ କରିଛନ୍ତି।

ମୋଦି ଟୁଇଟ କରି ଲେଖିଛନ୍ତି, “ ବିଜୁବାବୁଙ୍କ ବିକାଶମୂଳକ କାର୍ଯ୍ୟ ଆଜି ପ୍ରେରଣ ଯୋଗାଉଛି। ଗରିବଙ୍କ ଶସକ୍ତିକରଣ ଲାଗି ଅନେକ ପଦକ୍ଷେନ ନେଇଥିଲେ ବିଜୁବାବୁ। ଲୋକଙ୍କ ସେବା ଲାଗି ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ।”

ବିଜୁ ପଟ୍ଟନାୟକ ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ,ଦୁଃସାହସିକ ରାଜନୀତିଜ୍ଞ, ପାଇଲଟ୍‌, ଯୁଗ୍ମସ୍ରଷ୍ଟା ଓ ଦୂରଦ୍ରଷ୍ଟା ରାଜନେତା ଥିଲେ। ଓଡ଼ିଶାର ଉନ୍ନତି ପାଇଁ ସେ ଅନେକ କିଛି ଉଦ୍ୟମ କରିଥିଲେ। ସେ ଦୁଇଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ବି ହୋଇଛନ୍ତି। ଏହାସହ କେନ୍ଦ୍ରରେ କିଛିଦିନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି। ୧୯୧୬ ଆଜିର ଦିନ କଟକରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ

Comment