ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମାର୍ଚ୍ଚ ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଓଡ଼ିଶା ଆସିବେ। କୋରାପୁଟର ଜୟପୁରଠାରେ ଆୟୋଜିତ ସମାବେଶରେ ସେ ଉଦବୋଧନ ଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ରାହୁଲଙ୍କ ବିମାନ ଭାଇଜାଗ୍‌ରେ ଅବତରଣ କରିବ। ଭାଇଜାଗ୍‌ରୁ ସେ ସ୍ୱତନ୍ତ୍ର ହେଲିକପ୍ଟରରେ ଜୟପୁର ଆସିବେ। ଜୟପୁର କାର୍ଯ୍ୟକ୍ରମ ସାରି ସେ ପୁଣି ଭାଇଜାଗ୍ ଫେରିଯିବେ।

ସେହି ୮ ତାରିଖରେ ବରଗଡ଼ରେ ରାହୁଲଙ୍କ କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଗୋଟିଏ ଦିନରେ ଦୁଇଟି ସମାବେଶ ସମ୍ଭବ ନହେବାରୁ ରାହୁଲ ୧୩ ତାରିଖରେ ବରଗଡ଼ ଆସିବେ।

ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ରାହୁଲ ମହିଳାମାନଙ୍କୁ ଭେଟିବେ। ଏହାସହ ରାହୁଲ ଚାଷୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

Comment