ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେଶର ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି।

ଦେଶର ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି ଆଜି ବିବାହ କରୁଛନ୍ତି। ଆକାଶ ବିବାହ କରୁଥିବା ଶ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ତଥା ରୋଜି ବ୍ଲୁ ଡାଇମଣ୍ଡସ୍‌ର ମାଲିକ ରଶେଲ ମେହେତାଙ୍କ ଝିଅ।

ଅମ୍ବାନି ପରିବାରର ଏହି ହାଇ ପ୍ରୋଫାଇଲ ବାହାଘରରେ ବହୁ ଅତିଥି ସାମିଲ ହୋଇଛନ୍ତି। ଏହି ବିବାହ ମୁମ୍ବାଇର ଜିୟୋ ୱାଲର୍ଡ ସେଣ୍ଟରରେ ଅନୁଷ୍ଠିତ ହେଉଛି।  ବ୍ୟକ୍ତିଗତ ଜୀବନରେ ଉଭୟଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି।

ଆକାଶ ନିଜଠୁ ଗୋଟିଏ ବର୍ଷ  ବଡ଼ ଶ୍ଲୋକାଙ୍କୁ ବିବାହ କରୁଛନ୍ତି। ଆକାଶଙ୍କ ଜନ୍ମ ୧୯୯୧, ଅକ୍ଟୋବର ୨୩ରେ ଜନ୍ମ ଗ୍ରହଣ କରିଥିଲେ। ଶ୍ଲୋକା ୧୯୯୦ ମସିହା ଜୁଲାଇ ୧୧ରେ ଜନ୍ମ ହୋଇଥିଲେ।

ଦୁହିଁଙ୍କ ପରିବାର ମଧ୍ୟରେ ଅନେକ ସମାନତା ରହିଛି। ଦୁଇ ଜଣଙ୍କର ବ୍ୟବସାୟିକ ପରିବାର। ଆକାଶଙ୍କ ବାପା ଭାରତର ସବୁଠାରୁ ବଡ଼ ବ୍ୟବସାୟିକ ହୋଇଥିଲାବେଳେ ଶ୍ଲୋକାଙ୍କ ବାପା ରସେଲ ରୋଜି ବ୍ଲୁ ଡାଇମଣ୍ଡସ୍‌ର ମାଲିକ।

ଉଭୟ ଧିରୁଭାଇ ଅମ୍ବାନି ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢ଼ୁଥିଲେ। ଉଭୟ ବିଦେଶରେ ମଧ୍ୟ ପାଠ ପଢ଼ିଛନ୍ତି।

Comment