ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଭଦ୍ରକ ଜିଲ୍ଲା ରାହାଞ୍ଜରେ ଏକ ମାଲ ବୋଝେଇ ଟ୍ରକ ସହ ଗ୍ୟାସ୍‌ ଟ୍ୟାଙ୍କର ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ଗ୍ୟାସ୍‌ ଟ୍ୟାଙ୍କରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ। ଏବଂ କିଛି ଘଣ୍ଟା ଯାଏଁ ରାସ୍ତା ବ୍ଲକ୍‌ ହୋଇଯାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ଆଇଓସିଏଲ୍‌ର ଇଞ୍ଜିନିୟରମାନେ ଗ୍ୟାସ୍‌ ଲିକ୍‌କୁ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ପାଖାପାଖି ୧୪ ଘଣ୍ଟା ପରେ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଥିଲା। ଉକ୍ତ ଟ୍ୟାଙ୍କରରୁ ଅନ୍ୟ ଦୁଇ ଟ୍ୟାଙ୍କରକୁ ଗ୍ୟାସ୍‌ ସ୍ଥାନାନ୍ତର କରାଯାଇଥିଲା। ଏବେ ଯାନବାହନ ଚଳାଚଳ ସ୍ୱଭାବିକ ରହିଛି।

Comment