ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ  

ଏନସିପି ମୁଖ୍ୟ ଶରଦ ପାୱାର ୨୦୧୯ ନିର୍ବାଚନ ଲଢ଼ିବେନି। ଏନେଇ ନିଜେ ପାୱାର ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ସେ ଦଳ ପାଇଁ ପ୍ରଚାର କରିବେ।

ମହାରାଷ୍ଟ୍ରର ମାଢ଼ା ଲୋକସଭା ଆସନରୁ ଶରଦ ପାୱାର ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ତାଙ୍କ ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶରଦ କହିଥିଲେ। ହେଲେ ଏହି ଘୋଷଣାର କିଛିଦିନ ପରେ ନୂଆ କଥା ସାମ୍‌ନାକୁ ଆସିଛି।

ଶରଦ ପାୱାରଙ୍କ ବଦଳରେ ଏନସିପିର ବରିଷ୍ଠ ନେତା ବିଜୟ ସିଂହ ମୋହିତ ପାଟିଲ କିମ୍ବା ତାଙ୍କ ପୁଅ ରଞ୍ଜିତ ମୋହିତ ପାଟିଲ ନିର୍ବାଚନ ଲଢ଼ିବେ।

Comment