ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଡାକ୍ତର ଦାମୋଦର ରାଉତଙ୍କ ରାଜନୀତିକ ଭବିଷ୍ୟତ କ’ଣ ହେବ? ଏହା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଦାମଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ଓଡ଼ିଶାଲାଇଭ୍‌ ‘ଓପିନିଅନ ଓଡ଼ିଶା’ରେ ମଙ୍ଗଳବାର ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ଅନେକ ପାଠକ ମତ ଦେଇଛନ୍ତି ଯେ ଦାମ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ।

ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଦାମ ରାଉତ କରିବେ କ’ଣ? – ଓପିନିଅନ ଓଡ଼ିଶାରେ ଏହା ଥିଲା ଆଜିର ପ୍ରଶ୍ନ।

ଏହି ପ୍ରଶ୍ନରେ ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍‌ ପେଜରେ ଅନେକ ପାଠକ ନିଜର ମୂଲ୍ୟବାନ ମତାମତ ଦେଇଛନ୍ତି। ଅନେକ ପାଠକ କହିଛନ୍ତି ଯେ ଡାକ୍ତର ଦାମଦୋର ରାଉତ ନିର୍ବାଚନରୁ ସନ୍ୟାସ୍‌ ନେଇ ପରିବାର ସହ ବାକି ଜୀବନ କାଟନ୍ତୁ।

ଓଡ଼ିଶା ହେଉ କି ଜାତୀୟ, ପ୍ରତିଦିନ କିଛି ନା କିଛି ବଡ଼ ଧରଣର ଘଟଣା ଘଟୁଛି। ତା’ସାଙ୍ଗକୁ ଆଗକୁ ନିର୍ବାଚନ ଆସୁଥିବାରୁ ରାଜନୀତିକ ବଜାର ବି ଗରମ ରହିଛି। ବିଶେଷକରି ସୋସିଆଲ ମିଡିଆରେ ସକ୍ରିୟ ଥିବା ଓଡ଼ିଶାର ସାଧାରଣ ପାଠକ ଓ ଦର୍ଶକମାନଙ୍କ ମତାମତକୁ  ଅଗ୍ରାଧିକାର ଦେବା ପାଇଁ ଅଗ୍ରଣୀ ଡିଜିଟାଲ ମିଡିଆ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଆରମ୍ଭ କରାଯାଇଛି ‘ଓପିନିଅନ ଓଡ଼ିଶା’।

ଏହି ଅଭିଯାନରେ ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍ ପେଜ୍ www.facebook.com/odishalive ରେ ଆମେ ଉଠାଉଛୁ ପ୍ରଶ୍ନ, ଆପଣମାନେ କମେଣ୍ଟ ବକ୍ସରେ ଦେଉଛନ୍ତି ଉତ୍ତର।

ଏହି ଜନମତ ଅଭିଯାନରେ ସକ୍ରିୟ ରହି ଆପଣ ମୂଲ୍ୟବାନ ମତାମତ ଦେବାକୁ ‘ଓଡ଼ିଶାଲାଇଭ୍‌’ ଟିମ୍‌ ପକ୍ଷରୁ ଆହ୍ୱାନ କରାଯାଉଛି।

Comment