ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତା ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଛି। ବୈଠକରେ ରାଜନୈତିକ ଦଳକୁ ନୂଆ ନିୟମ ବିଷୟରେ କୁହାଯାଇଛି।

ନିର୍ବାଚନରେ କ’ଣ କରିବେ କ’ଣ ନକରିବେ ସେନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମସ୍ତ ଦଳର ପ୍ରତିନିଧି ସାମିଲ ହୋଇଛନ୍ତି।  ବୈଠକରେ ରାଜନୈତିକ ଦଳକୁ ନୂଆ ନିୟମ ବିଷୟରେ ଅବଗତ କରାଯାଇଛି।

ଚଳିତ ନିର୍ବାଚନ ପାଇଁ ଅନେକ ନୂଆ ନିୟମ ଆସିଛି।

ଏଥର ଇଭିଏମ୍‌ରେ ପ୍ରାର୍ଥୀଙ୍କ ଫଟୋ ଆସିବ। ଅନ୍ତତଃ ୩ ଥର ବଡ଼ ଖବରକାଗଜ, ଟିଭିରେ ଦେବାକୁ ପଡ଼ିବ ବିଜ୍ଞାପନ।

ପାନ ନମ୍ବର ଦେବାକୁ ବାଧ୍ୟତାମୂଳକ। ପାନ ନମ୍ବର ନଥିଲେ ପାନ ଆବେଦନ କରିଥିବାର ସତ୍ୟପାଠ ଦେବାକୁ ପଡିବ।

ବର୍ଷେ ପରିବର୍ତ୍ତେ ପ୍ରାର୍ଥୀଙ୍କୁ ୫ ବର୍ଷର ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବ।

Comment