ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ। ଶୁକ୍ରବାର ସକାଳୁ ସ୍କାଉଟ ଗାଇଡ୍‌ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏହାକୁ କଲେଜର ଅଧ୍ୟାପିକା ଗୀତାଞ୍ଜଳି ପଣ୍ଡା ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ଗୀତାଞ୍ଜଳି ପଣ୍ଡା ଖୁସି ହୋଇ ପିଲାଙ୍କୁ ପ୍ରସଂଶା କରିଥିଲେ। ଭବିଷ୍ୟତରେ ଏହିପରି କାର୍ଯ୍ୟ ଜାରି ରଖିବାକୁ ସେ ପିଲାମାନଙ୍କୁ ଉପଦେଶ ଦେଇଥିଲେ।

ବିଜେବି କଲେଜ୍‌ର ଓଡ଼ିଶାର ଏକ ସୁନାମଧନ୍ୟ ମହାବିଦ୍ୟାଳୟ। କଲେଜ୍‌ର ଛାତ୍ରଛାତ୍ରୀମାନେ ଅନେକ ସମୟରେ ପାଠ ପଢ଼ିବା ସହିତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ନିଜର ପାରଦର୍ଶିତା ଦେଖାଇଥାନ୍ତି। ସାରା ଦେଶରେ ପରିବେଶ ସୁରକ୍ଷାକୁ ଅନ୍ଦୋଳନ ଭାବେ ଗ୍ରହଣ କରାଯାଇଥିବା ବେଳେ ବିଜେବି କଲେଜରର ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦାନ କରିଛନ୍ତି।

Comment