ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ଆଇପିଏଲ୍‌ର ସମ୍ପୂର୍ଣ୍ଣ ଖେଳସୂଚୀ। ମଙ୍ଗଳବାର ବିବିସିଆଇ ପକ୍ଷରୁ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ ପାଇଁ ବାକି ରହିଥିବା ସମସ୍ତ ମ୍ୟାଚ୍‌ର କ୍ରୀଡ଼ାସୂଚୀ ଜାରି କରାଯାଇଛି।

ପୂର୍ବରୁ ପ୍ରଥମ ୨ ସପ୍ତାହ ପାଇଁ ଖେଳସୂଚୀ ପ୍ରକାଶ ପାଇଥିଲା। ମଙ୍ଗଳବାର କ୍ୱାଲିଫାୟର୍ସ ଓ ଫାଇନାଲ ମ୍ୟାଚ୍‌କୁ ବାଦ ବେଲେ ସମ୍ପୂର୍ଣ୍ଣ ମ୍ୟାଚ୍‌ର ତାଲିକା ପ୍ରକାଶ କରାଯାଇଛି।

ଚଳିତ ସିଜନ୍‌ ପାଇଁ ପୂର୍ବରୁ ୧୭ ଟି ମ୍ୟାଚ୍‌ ପାଇଁ ତାଲଇକା ପ୍ରକାଶ ପାଇଥିଲା। ଆଜି ଆଉ ୩୯ଟି ମ୍ୟାଚର ସୂଚୀ ଘୋଷଣା ହୋଇଛି। ଏହି ସୂଚୀ ଅନୁଯାୟୀ କ୍ୱାଲିଫାୟର୍ସ ଓ ଫାଇନାଲକୁ ବାଦ୍‌ ଦେଲେ ଏଥର ମୋଟ ୫୬ଟି ମ୍ୟାଚ୍‌ ଖେଳାଯିବ।

ତେବେ ଚଳିତ ସିଜନ୍‌ ପାଇଁ କ୍ୱାଲିଫାୟର୍ସ ଓ ଫାଇନାଲ ମ୍ୟାଚ୍‌ର ବିବରଣୀ ଏଯାବତ୍‌ ଘୋଷଣା ହୋଇନି। ଏନେଇ ସମସ୍ତ ସୂଚନା ଆଇପିଲଲ୍‌ର ୱେବସାଇଟ୍‌ରେ ପ୍ରକାଶ ପାଇଛି।

Comment