ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଥୁରାରେ ହେମାମାଳିନୀଙ୍କ ସହ ନିର୍ବାଚନ ଲଢ଼ି ପାରନ୍ତି ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀ।

ହରିୟାଣାର ପ୍ରଖ୍ୟାତ ଡ୍ୟାନ୍ସର, ଅଭିନେତ୍ରୀ, ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ସପନା ଚୌଧୁରୀ ଶନିବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ତାଙ୍କୁ ମଥୁରା ପାଇଁ ଟିକେଟ ଦେବ ବୋଲି ଜଣାପଡ଼ିଛି।

ଯଦି ସପନା ଚୌଧୁରୀଙ୍କୁ କଂଗ୍ରେସ ପକ୍ଷରୁ ମଥୁରା ପାଇଁ ଟିକେଟ ମିଳେ ତେବେ ମଥୁରାରେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଓ ସପନାଙ୍କ ଭିତରେ କଡ଼ା ଟକ୍କର ହେବ। ବିଜେପି ହେମା ମାଳିନୀଙ୍କୁ ମଥୁରା ପାଇଁ ଟିକେଟ ଦେଇସାରିଛି।

ତେବେ ଉଭ଼ୟଙ୍କ ଭିତରେ ଚଳିତ ନିର୍ବାଚନରେ କଡ଼ା ଟକ୍କର ହେବ। କଂଗ୍ରେସ ସପ୍ନାଙ୍କୁ ଏଥିପାଇଁ ପ୍ରାର୍ଥୀ କରିପାରେ କାରଣ ହେମାମାଳିନୀଙ୍କର ଢ଼େର ଲୋକପ୍ରିୟତା ରହିଛି। ତାଙ୍କୁ ସପନ ଚୌଧୁରୀ ହିଁ ଟକ୍କର ଦେଇପାରିବେ କାରଣ ଏବେ ସପନାଙ୍କ କ୍ରେଜ ରହିଛି। ତାଙ୍କ ଡ୍ୟାନ୍ସ ପାଇଁ ସେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ୨୦୧୪ ନିର୍ବାଚନରେ ବି ହେମା ମଥୁରାରୁ ହିଁ ଲଢ଼ିଥିଲେ। ଏଥର ବି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି।

Comment