ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଠିକ୍‌ ପୂର୍ବରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଏହି ମଧ୍ୟରେ ଅଭିନେତ୍ରୀ ଜୟପ୍ରଦା ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ଜାତୀୟ ବିଜେପି ମୁଖପାତ୍ର ଅନିଲ ବଲୁନି ଓ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।

“ମୋଦିଜୀଙ୍କ ହାତରେ ଦେଶ ସୁରକ୍ଷିତ। ତାଙ୍କ ନେତୃତ୍ଵରେ କାମ କରିବାର ସୁଯୋଗ ମିଳିଥିବାରୁ ଖୁସି ମୁଁ ଖୁସି”, ଦଳରେ ସାମିଲ ହେବା ପରେ କହିଛନ୍ତି ଜୟପ୍ରଦା।

ବିଜେପିରେ ସାମିଲ ହେବା ପରେ ଉତ୍ତରପ୍ରଦେଶ ରାମପୁର ଆସନ ପାଇଁ ତାଙ୍କୁ ଟିକେଟ ମିଳିପାରେ। ପୂର୍ବରୁ ଜୟପ୍ରଦା ସମାଜବାଦୀ ପାର୍ଟି ପକ୍ଷରୁ ରାମପୁର ଆସନରୁ ଦୁଇଥର ସାଂସଦ ରହିଛନ୍ତି। ଏଥର ବିଜେପି ପକ୍ଷରୁ ସେହି ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ସମାଜବାଦୀ ପାର୍ଟିରୁ ଆଜମ୍‌ ଖାଁ। ଅର୍ଥାତ୍ ଜୟପ୍ରଦା ଓ ଆଜମ୍‌ ଖାଁ ଭିତରେ ଏଥର ଲଢେଇ ହୋଇପାରେ।

ବଲିଉଡରେ ଅନେକ ସୁପରହିଟ ଫିଲ୍ମ ଦେବାପରେ ଜୟପ୍ରଦା ଅଚାନକ ଫିଲ୍ମ ଦୁନିଆଁରୁ ବିଦାୟ ନେଇଥିଲେ। ଫିଲ୍ମ ଜଗତରୁ ବିଦାୟ ନେବାପରେ ସେ ତେଲୁଗୁ ଦେଶମ ପାର୍ଟିରେ ଜଏନ କରିଥିଲେ। ପାର୍ଟିରେ ମତଭେଦ ଯୋଗୁଁ ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ। ୨୦୦୯ରେ ୨୦୦୪ରେ ସେ ରାମପୁରରୁ ନିର୍ବାଚନ ଜିତିଥିଲେ।

Comment