ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକ ବଡ଼ ଧରଣର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ଯାଉଥିଲାବେଳ କଟକ କାଠଯୋଡ଼ି ବ୍ରିଜ ଉପରେ ବଗିକୁ ଛାଡ଼ି ଇଞ୍ଜିନ ପଳାଇଥିଲା।

ବଗିକୁ ଛାଡ଼ି ଇଞ୍ଜନ ପଳାଇବା ପରେ ବ୍ରିଜ ଉପରେ ପ୍ରାୟ ଏକ ଘଣ୍ଟା ଟ୍ରେନଟି ଅଟକି ରହିଥିଲା। ଏହି ଘଟଣାରରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ବ୍ରିଜ ଉପରେ ଟ୍ରେନଟି ଯାଉଥିଲାବେଳେ ଇଞ୍ଜିନ ସହିତ ମାତ୍ର ୨ ଟି ବଗି ରହିଥିଲା। ବାକି ସବୁ ବିଗି ଇଞ୍ଜିନରୁ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଛି ବା ଅନ୍ୟ କୌଣସି କାରଣରୁ ଘଟିଛି ତାହା ଜଣାପଡ଼ିନାହିଁ। ଖବର ପାଇଁ ଘଟଣାସ୍ଥଳରେ ରେଲୱେ କର୍ମଚାରୀ ପହଞ୍ଚିଛନ୍ତି।

Comment