ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଆଇପିଏଲ୍‌ ସିଜନରେ ଗୁରୁବାର ଖେଳାଯିବ ୧୬ତମ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରବାଦକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ। ରାତି ୮ଟାରେ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ।

ଟସ୍‌ ଜିତି ସନ୍‌ରାଇଜର୍ସ ହାଇଦ୍ରବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଚଳିତ ସିଜନରେ ସନ୍‌ରାଇଜର୍ସ ହାଇଦ୍ରବାଦ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳିଛି। ସେଥିରୁ ୨ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ହାଇଦ୍ରବାଦ ହାରିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳିସାରିଛି। ସେଥିରୁ ଦୁଇଟି ମ୍ୟାଜ୍‌ରେ ଜିତି ଥିବା ବେଳେ ୨ଟିରେ ହାରିଛି। ବର୍ତ୍ତମାନ ପଏଣ୍ଟ ଟେବୁଲରେ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଛି।

ତେବେ ଆଜିର ମ୍ୟାଚ୍‌ରେ ଦିଲ୍ଲୀ ଘରୋଇ ଷ୍ଟାଡିୟମ୍‌ରେ କିପରି ହାଇଦ୍ରବାଦ ସହିତ ମୁକାବିଲା କରୁଛି ତାହା ଦେଖିବାର ଅଛି।

Comment