ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଫିଲ୍ମରେ ହଲିଉଡ ଷ୍ଟାରଙ୍କ ଦେଶୀ ଡ୍ୟାନ୍ସ। ବଲିଉଡ ଗୀତର ତାଳେତାଳେ ଠୁମ୍‌କା ଲଗାଇଛନ୍ତି ହଲିଉଡ ଅଭିନେତା ୱିଲ୍‌ ସ୍ମିଥ୍‌। ଏହି ଫିଲ୍ମଟି ହେଉଛି କରଣ ଜୋହରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨। ଫିଲ୍ମର ଏକ ଗୀତରେ ହଲିଉଡ ସୁପରଷ୍ଟାର ୱିଲ୍‌ ସ୍ମିଥ୍‌ ଡ୍ୟାନ୍ସ କରିଛନ୍ତି, ଯାହାକୁ ସୋସିଆଲ ମିଡିଆରେ ଭଲ ରେପନ୍ସ ମିଳିଛି।

୨୦୧୨ରେ ରିଲିଜ ହୋଇଥିବା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଫିଲ୍ମର ‘ରାଧା ତେରି ଚୂନ୍‌ରୀ’ ଗୀତରେ ଠୁମ୍‌କା ଲଗାଇଛନ୍ତି ସ୍ମିଥ୍‌। ଏଥିପାଇଁ ସେ ବହୁତ ଅଭ୍ୟାସ କରିଥିଲେ। ସୋସିଆଲ୍‌ ମିଡିଆରେ ଏହା ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ହଲିଉଡ ଷ୍ଟାରଙ୍କ ଦେଶୀ ଡ୍ୟାନ୍ସକୁ ଦର୍ଶକ ପସନ୍ଦ କରିଛନ୍ତି।

ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ଫିଲ୍ମର ସଫଳତା ପରେ ପ୍ରଯୋଜକ କରଣ ଜୋହର ଏହାର ଦ୍ୱିତୀୟ ପାର୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଟାଇଗର୍‌ ସ୍ରଫ୍‌। ଫିଲ୍ମରେ ଟାଇଗରଙ୍କ ବପକ୍ଷରେ ରହିଛନ୍ତି ଦୁଇଟି ନବାଗତା ନାୟିକା ତାରା ସୁତାରିଆ ଏବଂ ଅନନ୍ୟା ପାଣ୍ଡେ। ପୁନିତ ମାଲହୋତ୍ରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ୧୦ ମେ’ ରେ ଫିଲ୍ମଟି ବଡ଼ ପରଦାରେ ରିଲିଜ ହେବ।

Comment