ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ଅବସରରେ ଭୋଟରଙ୍କ ଭିତରେ ନିଜ ମତଦାନକୁ ନେଇ ଉତ୍କଣ୍ଠା ଦେଖାଯାଉଛି। ସୋସିଆଲ ମିଡିଆରେ ବି ଏହାର ଝଲକ ଦେଖିବାକୁ ମିଳୁଛି।

ଭୋଟର ମତଦାନ କରିବା ପରେ ନିଜ ହାତରେ ଲାଗିଥିବା କାଳିକୁ ଦେଖାଇ ସେଲଫି ନେବା ଏହାକୁ ସୋସିଆଲ ମିଡିଆରେ ସେୟାର କରିବାର କ୍ରେଜ ଦେଖାଯାଉଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି  ପର୍ଯ୍ୟନ୍ତ ସମସ୍ତେ ଭୋଟ ଦେବାପରେ ନିଜେ ସେଲଫି ନେଇୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ମଧ୍ୟରେ ପୂର୍ବତନ ବ୍ୟାଡମିଣ୍ଟନ ପ୍ଲେୟାର ଜ୍ୱାଲା ଗୁଟ୍ଟା ପରିବାର ସହିତ ଭୋଟ ଦେଇ ଫଟୋ ସେୟାର କରିଛନ୍ତି। ଆମ ଭବିଷ୍ୟତ ପାଇଁ ଭୋଟ ଦେଲି ବୋଲି ସେ ଫଟୋ ସେୟାର କରି ଲେଖିଛନ୍ତି।

ସୋସିଆଲ ମିଡିଆରେ ଅନେକ ଲୋକ ଆଜି ଭୋଟ ଦେଇ ସେଲିଫି ନେବାପରେ ସୋସିଆଲ ମିଡିଆରେ ଏହାକୁ ସେୟାର କରୁଛନ୍ତି।

Comment