ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ଗୋପବନ୍ଧୁ ନଗରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଅଭିଯୁକ୍ତ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଘରୁ ଡାକି ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣା ଜଣାପଡ଼ିବାପରେ ଗାଁ ଲୋକେ ଅଭିଯୁକ୍ତକୁ ଧରିବା ସହ ନିସ୍ତୁକ ମାଡ଼ ମାରିଛନ୍ତି। ଅଭିଯୁକ୍ତର ଅବସ୍ଥା ଗୁରୁତର ଥବାରୁ ପୋଲିସର ତାର ଚିକିତ୍ସା କରୁଛି। ଏହାସହିତ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଜଟଣୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଜଟଣୀ ପରି ସ୍ଥାନରେ ଏପରି ଏକ ଲଜ୍ଜାଜନକ ଘଟଣାକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଉଛି।

Comment