ଓଡ଼ିଶାଲାଇଭ୍ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର)- ନରେନ୍ଦ୍ର ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏଥିଲାଗି ବିଜେପି ସାରାଦେଶରେ ଋଣନୀତି ପ୍ରସ୍ତୁତ କରୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ମୋଦିଙ୍କ ଏପରି ଜଣେ ଫ୍ୟାନଙ୍କ ବାବଦରେ କହିବୁ ଯେ ସାରା ଦେଶରେ ମୋଦିଙ୍କ ଲାଗି ପ୍ରଚାର କରିବାକୁ ବାହାରିଛନ୍ତି। ଏଥିଲାଗି ସେ ଟ୍ରେନ କି ଫ୍ଲାଇଟ୍ ନୁହଁ ବରଂ ସେ ନିଜ ବୁଲେଟରେ ପ୍ରଚାର କରିବାକୁ ବାହିରିଛନ୍ତି।

ସେ ହେଉଛନ୍ତି ସୁଶ୍ରୀ ରାଜଲକ୍ଷ୍ମୀ ମଣ୍ଡଳ। ତାଙ୍କ ଘର ହେଉଛି ତାମିଲ୍‌ନାଡୁ। ସେ ନିଜକୁ ମୋଦିଙ୍କର ଜଣେ ବଡ଼ ଫ୍ୟାନ ବୋଲି କହିଥାନ୍ତି। ରାଜଲକ୍ଷ୍ମୀ ୨୦୧୭ ମସିହାରେ ଦୁଃସାହାସିକ କ୍ରୀଡା ପାଇଁ, ଗିନିଜ୍ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡର ଅଧିକାରୀ।  ସେ ୭୫ଦିନ ତଳେ ତାଙ୍କର ଅନ୍ୟ ୨୬ଜଣ ସାଥୀଙ୍କ ସହ ତାମିଲ୍‌ନାଡୁରୁ ବାହାରି ସାରାଦେଶ ବୁଲେଟ୍‌ ମୋଟର ସାଇକେଲ୍‌ରେ ବୁଲି ବୁଲି ମୋଦିଙ୍କ ଲାଗି ପ୍ରଚାର କରୁଛନ୍ତି। ଏହାରି ମଧ୍ୟରେ ସେ ୩୦ହଜାର କିଲୋମିଟର ବୁଲେଟ୍‌ରେ ବୁଲି ମୋଦିଙ୍କ ପାଇଁ ପ୍ରଚାର ସାରିଲେଣି।

ସୁଶ୍ରୀଙ୍କ କହିବାକଥା  ମୋଦି ଦେଶର ପ୍ରଧାନମନ୍ତ୍ରୀ ପୁଣିଥରେ ହେଲେ  ଦେଶ ସୁରକ୍ଷିତ ରହିବା ସହ, ଭାରତ ଏକ ବିକଶିତ ଦେଶ ହୋଇପାରିବ। ତେଣୁ ସାରା ଦେଶ ବୁଲେଟ୍‌ର ନିଜ ସାଙ୍ଗଙ୍କ ସହ ବୁଲିବୁଲି  ସେ ଏହି ବାର୍ତ୍ତା ପ୍ରଚାର କରୁଛନ୍ତି।

ଆଜି ସେ ସମ୍ବଲପୁରରେ ପହଞ୍ଚିଛନ୍ତି ଏହାପରେ ସେ ଓଡିଶାର ବାକି ଜିଲ୍ଲା ବୁଲିବେ ବୋଲି କହିଛନ୍ତି। ଏହାପରେ, ଝାଡଖଣ୍ଡ ଓ ବିହାର ରାଜ୍ୟ ଗସ୍ତ କରି ମୋଦିଙ୍କ ପାଇଁ ପ୍ରଚାର କରିବେ। ସେ ତାଙ୍କ ପ୍ରଚାର ଦିଲ୍ଲୀରେ ଶେଷ କରିବେ ବୋଲି କହିଛନ୍ତି। ଏହି ବୁଲେଟ୍‌ ଯାତ୍ରା ପାଇଁ ସୁଶ୍ରୀ ଓ ତାଙ୍କ ସାଙ୍ଗମାନେ ମିଶି ଚାନ୍ଦା କରି ଏହି ପ୍ରଚାର କାର୍ଯ୍ୟ କରୁଛନ୍ତି ବୋଲି ରାଜଲକ୍ଷ୍ମୀ କହିଛନ୍ତି।

Comment