ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋElection Update 7PM

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଭୁବନେଶ୍ୱରରେ ମୋଦିଙ୍କ ମେଗା ରୋଡ ସୋ’

ସମ୍ବଲପୁରରେ ସଭା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତିା ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ ଜନସଭାକୁ ମୋଦି ସମ୍ବୋଧନ କରିବୋ  ତାଙ୍କୁ ବିମାନ ବନ୍ଦରରେ ଦଳର ବରିଷ୍ଠ ନେତାମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ସଭାରେ ଯୋଗ ଦେବା ପୂର୍ବରୁ  ବିମାନବନ୍ଦରରୁ ବରମୁଣ୍ଡା ଯାଏଁ ମୋଦି ରୋଡ ସୋ କରିଛନ୍ତିା ମୋଦିଙ୍କ ରୋଡ ସୋ’ରେ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତିା ମୋଦିଙ୍କ ରୋଡ ସୋ’ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଲାଗିଛିା

ପ୍ରାର୍ଥିପତ୍ର ଦାଖଲ କଲେ ରାଜ୍ୟବର୍ଦ୍ଧନ ସିଂ ରାଠୋର, ଉପସ୍ଥିତ ରହିଲେ ରାମଦେବ

କେନ୍ଦ୍ର ମନ୍ତ୍ରୀ ତଥା ଜୟପୁର ଗ୍ରାମୀଣ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜ୍ୟବର୍ଦ୍ଧନ ନିଜ ସମର୍ଥକଙ୍କ ସହ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ଯୋଗ ଗୁରୁ ବାବା ରାମଦେବ।naveen

ରଘୁନାଥପାଲିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’

ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ବିଜେଡି ସଭାପତି ବରଗଡ଼ରେ ପ୍ରଚାର କରିବାପରେ ରଘୁନାଥପାଲିରେ ରୋଡ ସୋ’ ଆରମ୍ଭ କରିଛନ୍ତିା ହାଇଟେକ ବସରେ ପ୍ରଚାର କରୁଛନ୍ତି ନବୀନା ନବୀନଙ୍କ ଏହି ରୋଡ ସୋ’ରେ ହଜାର ହଜାର ନେତା ଓ କର୍ମୀ ସାମିଲ ହୋଇଛନ୍ତିା

୧୯ ବର୍ଷ ହେଲା ଗାଦି ଜାବୁଡି ଧରିଛନ୍ତି ନବୀନ – ବୈଜୟନ୍ତ

ବିଜେଡି ଗୁଣ୍ଡାମାନଙ୍କର ଦଳ ପାଲଟି ଯାଇଛି। ୧୯ ବର୍ଷ ତଳେ ବିଜେଡି ଯାହା ଥିଲା ତାହା ଏବେ ନାହିଁ। ଦଳରେ ଅରାଜକତା ବଢ଼ି ଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଲୋକମାନଙ୍କ ମତାମତକୁ ଆଧାର କରି ମୁଁ ବିଜେପିକୁ ଆସିଛି’’, କହିଛନ୍ତି ବୈଜୟନ୍ତ ପଣ୍ଡା।

ରାଜନାଥ ସିଂଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇପାରନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍

ଲକ୍ଷ୍ନୌ ଲୋକସଭା ଆସନ ଲାଗି ବିଜେପି ପ୍ରାର୍ଥୀ ରାଜନାଥଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇପାରନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନା। ସୁତ୍ର ଅନୁସାରେ ସମାଜବାଦି ପାର୍ଟି ଓ ବିଏସପି ମେଣ୍ଟରେ ପୁନମ ପ୍ରାର୍ଥୀ ହୋଇପାରନ୍ତି ଲକ୍ଷ୍ନୌ ଲାଗି। ଏ ନେଇ ଚର୍ଚ୍ଚା ଢେର ହେଉଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

Comment