ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଆଜି ଜନାଦେଶ – ୨୦୧୯
ଆଜି ସାଧାରଣ ନିର୍ବାଚନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ୫ ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ମତଦାନ ହେଉଛି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା।

ଇଭିଏମ ଅଚଳ – ମତଦାନ ବିଳମ୍ବ
ସକାଳ ୭ଟାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲାଗି ମତଦାନ। ୫ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ମତଦାନ ହେଉଛି। ଭୋଟ ଆରମ୍ଭରୁ କିଛି ବୁଥରେ ଇଭିଏମ ଅଚଳ ନେଇ ଅଭିଯୋଗ ଆସିଛି। ଯେଉଁଥିପାଇଁ ମତଦାନରେ ବିଳମ୍ବ ହେଉଛି। ଫୁଲବାଣୀରେ ୨ଟି ବୁଥରେ ଇଭିଏମ ଅଚଳ ଅଭିଯୋଗ ହୋଇଛି। ବୁଥ ନମ୍ବର ୧୧୩ ଓ ୧୦୧ରେ ଇଭିଏମ ଅଚଳ ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ମତଦାନରେ ବିଳମ୍ବ ହେଉଛି।

ସୁନ୍ଦରଗଡ଼ରେ ଇଭିଏମ୍ ଅଚଳ, ମତଦାନରେ ବିଳମ୍ବ
ସୁନ୍ଦରଗଡ଼ର ଅନେକ ବୁଥ୍ରେ ଇଭିଏମ୍ ଅଚଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ସୁନ୍ଦରଗଡ଼ର ୧୭୧ ନମ୍ବର ବୁଥ୍ରେ ଇଭିଏମ୍ କାମ କରୁନଥିବା ଅଭିଯୋଗ ଆସିଛି। ସେହିପରି ତଳସରାର ୨୦୬ ନଂ ବୁଥ୍ରେ ଇଭିଏମ୍ ଅଚଳ ହୋଇପଡ଼ିଛି। ଇଭିଏମ୍ ଅଚଳ ହୋଇପଡ଼ିଥିବାରୁ ଭୋଟଗ୍ରହଣରେ ବିଳମ୍ବ ହେଉଛି। ବୁଥ୍ ସାମ୍ନାରେ ଭୋଟରଙ୍କ ଲମ୍ବା ଲାଇନ୍ ଲାଗିଥିବା ସୂଚନା ମିଳିଛି।

ମୋଦିଙ୍କ ଟୁଇଟ : ଭୋଟ ଦେବା ପାଇଁ ଦେଶବାସୀଙ୍କୁ କଲେ ଅପିଲ
ଆଜି ଦ୍ୱିତୀୟ ପର୍ଯ୍ୟାୟ ଲାଗି ଚାଲିଛି ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଜି ମତଦାନ ହେଉଛି। ୯୫ ଲୋକସଭା ଆସନ ଲାଗି ମଇଦାନରେ ଅଛନ୍ତି ୧୬୦୦ରୁ ଅଧିକ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା। ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରତି ଭୋଟରକୁ ନିଜର ମତ ସାବ୍ୟସ୍ତ କରିବାକୁ ଅପିଲ କରିଛନ୍ତି। ଏହାସହ ମୋଦି ଯୁବ ଓ ପ୍ରଥମଥର ଭୋଟ୍ ଦେଉଥିବା ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି।

ଭୋଟ ଦେଲେ ପ୍ରମିଳା, ଇଛା ନିର୍ବାଚନ ଜିତିବା
ଆସିକା ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ଭୋଟ ଦେଇଛନ୍ତି। ବୁଥକୁ ଆସି ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରମିଳା ଭୋଟ ଦେଇସାରିବା ପରେ ଅଙ୍ଗୁଳିରେ ଲାଗିଥିବା କାଳିକୁ ଗଣାମାଧ୍ୟମକୁ ଦେଖାଇଥିଲେ। ଆସିକା ଲୋକସଭାରେ ଏଥର ବିଗ ଫାଇଟ ଦେଖିବାକୁ ମିଳିବ। ବିଜେପି ଅନୀତା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ସିପିଆଇ କଂଗ୍ରେସ ସମର୍ଥକ ନେତା ରାମକୃଷ୍ଣ ପଣ୍ଡା ଏମାନଙ୍କୁ ଟକ୍କର ଦେଉଛନ୍ତି।





















