ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

naveen

ଶ୍ରୀକ୍ଷେତ୍ରରେ ଆଜି ନବୀନଙ୍କ ମାରାଥନ ପ୍ରଚାର

ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ହେଲିକପ୍ଟରରେ ରଣପୁରରେ ପହଞ୍ଚିବେ ନବୀନ। ତା’ପରେ ସେଠାରୁ ବିଭିନ୍ନ ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ ନବୀନ।

ଆଜି ଓଡ଼ିଶା ଆସିବେ ରାଜନାଥ ସିଂହ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ନେତାମାନେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର କରୁଛନ୍ତିା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କେନ୍ଦ୍ର ନେତାଙ୍କ ଫୋକସରେ ଓଡ଼ିଶା ରହିଛିା ଏଥିପାଇଁ କେନ୍ଦ୍ରର ବରିଷ୍ଠ ନେତାମାନେ ଲଗାତର ଓଡ଼ିଶା ଗସ୍ତ କରୁଛନ୍ତିା ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଓଡ଼ିଶା ଆସିବୋ

୨୩ରେ ମୋଦି ଆସିବେ କେନ୍ଦ୍ରାପଡ଼ା, ବୈଜୟନ୍ତଙ୍କ ପାଇଁ କରିବେ ପ୍ରଚାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ତାରିଖରେ ପୁଣି ଆସିବେ ଓଡ଼ିଶା। ଏହି ଦିନ ସେ କେନ୍ଦ୍ରାପଡ଼ା ଯିବେ। କେନ୍ଦ୍ରାପଡ଼ାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ବିଜେଡି ଛାଡ଼ି ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ପାଇଁ ସେ ଟିକେଟ ନେଇଛନ୍ତି। ଏଣୁ ବୈଜୟନ୍ତ ଜିତିବା ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଏଣୁ ବୈଜୟନ୍ତଙ୍କ ପାଇଁ ମୋଦି କେନ୍ଦ୍ରାପଡ଼ା ଆସୁଥିବା କୁହାଯାଉଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବଲାଙ୍ଗିର ଲୋକସଭା ଆସନ – ଦିଅର, ଭାଉଜଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ନୂଆ ଚେହେରା

ଓଡ଼ିଶା ରାଜନୀତିରେ କନ୍ଧମାଳର ଗୁରୁତ୍ୱ

ବିଜୟ ଯେଉଁଠି, ଦିଲ୍ଲୀପ ସେଇଠି

Comment