ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମାରଥନ ପ୍ରଚାରରେ ନବୀନ

ସରିଛି ପ୍ରଥମ ୨ଟି ପର୍ଯ୍ୟାୟ ନିର୍ବାଚନ ଏବେ ଫୋକସରେ ବାକି ଦୁଇଟି ପର୍ଯ୍ୟାୟ ନିର୍ବାଚନ। ବିଜେଡି ପ୍ରଚାରର ମଙ୍ଗ ଧରିଥିବା ବିଜେଡି ସୁପ୍ରିମୋ ସାରା ଓଡ଼ିଶାରେ ମାରାଥନ ପ୍ରଚାର କରୁଛନ୍ତି। ଆଜି ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସଭାପତି। ତାଳଚେର, ପାଲଲହଡ଼ା, ଛେଣ୍ଡିପଦା,ଆଠମଲ୍ଲିକରେ ଆୟୋଜିତ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ।

ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ବି ପୁରୁଷଙ୍କଠୁ ମହିଳା ଆଗରେ

ଦ୍ଵିତୀୟ ପର୍ଯ୍ୟାୟରେ ୭୨.୫୬ ପ୍ରତିଶତ ମତଦାନ ହୋଇଛି ରାଜ୍ୟରେ। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ଅଛନ୍ତି ୭୩.୭୫ ପ୍ରତିଶତ ଓ ପୁରୁଷ ଭୋଟର ଅଛନ୍ତି ୭୧.୪୪ ପ୍ରତିଶତ। ଏହାର ଅର୍ଥ ନିଜର ମତାଧିକାର ସାବ୍ୟସ୍ତ କରିବାରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା। ପ୍ରଥମ ପର୍ଯ୍ୟାୟରେ ବି ମହିଳା ଭୋଟରଙ୍କ ମତଦାନ ପ୍ରତିଶତ ଅଧିକ ଥିଲା।

 

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତଙ୍କ ନୂଆ ଅବତାର – ସଭାରେ ଗାଇଲେ ତେଲୁଗୁ ଗୀତ

ନିର୍ବାଚନ ପ୍ରଚାର ପାଇଁ ନେତା ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନରେ ନିଜ ଆସନକୁ ସୁନିଶ୍ଚିତ କରିବା ପାଇଁ ପ୍ରାର୍ଥୀ ନିଜ ନିଜ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋର କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଚିଲିକାକୁ ବିକ୍ରି କରିବା ପାଇଁ ବିଜେପି କରିଥିଲା ଷଡ଼ଯନ୍ତ୍ର – ନବୀନ

ନବୀନ ଡିଜିଟାଲ ମିଡିଆର ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା

ରୋଚକ ସ୍ଥିତିରେ ବାସୁଦେବପୁର ବିଧାନସଭା ଆସନ – କାହାକୁ ବାଛିବେ ଭୋଟର?

କଟକ ଲୋକସଭା ଆସନ – ମୋଦି ହାୱା ଜୋର!

ଭଦ୍ରକ ଲୋକସଭା – ପରିବାର ରାଜନୀତି ପାଇଁ ନୂଆ ପରୀକ୍ଷା

Comment