ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 2PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

mamta

ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ – “ମତଦାନ ରିପୋର୍ଟ ଉଡ଼ାଇଛି ମମତାଙ୍କ ନିଦ”

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଜୋର ଧରିଛି ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବନିୟାଦପୁରରେ ପ୍ରଚାର କରିଛନ୍ତି। ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି।

ପଶ୍ଚିମବଙ୍ଗର ପ୍ରଚାର ସମୟରେ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଏଥର ପଶ୍ଚିମବଙ୍ଗର ଲୋକେ ସ୍ପିଡ ବେକର ଦିଦିଙ୍କୁ ବୁଝାଇବାକୁ ସ୍ଥିର କରିଛନ୍ତି। ଲୋକଙ୍କ ମଧ୍ୟରେ ଗୁଣ୍ଡାଗର୍ଦ୍ଦି କରିବା, ଲୋକଙ୍କ ଟଙ୍କା ଲୁଟିବା,ବିକାଶ ଅଟକାଇବାର ପରିଣାମ କଣ ହେବ।”

ବେଦପ୍ରକାଶଙ୍କ ପ୍ରତି ବିଜେଡି ନ୍ୟାୟ କରିନି  – ବିଜୟ ମହାପାତ୍ର

ଶନିବାର ସକାଳେ ଏକ ଘରୋଇ ହସ୍ପିଟାଲରେ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ବେଦପ୍ରକାଶଙ୍କ  ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଦୁଃଖ ପ୍ରକାଶ କରିଛନ୍ତି। ବେଦପ୍ରକାଶଙ୍କ ଦେହାନ୍ତ ନେଇ ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,“ବେଦପ୍ରକାଶଙ୍କ ଦେହାନ୍ତରେ ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ସହିତ ମୋର ପୂର୍ବରୁ ଘନିଷ୍ଠ ସମ୍ପର୍କ ଥିଲା।”

ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ବି ପୁରୁଷଙ୍କଠୁ ମହିଳା ଆଗରେ

ଦ୍ଵିତୀୟ ପର୍ଯ୍ୟାୟରେ ୭୨.୫୬ ପ୍ରତିଶତ ମତଦାନ ହୋଇଛି ରାଜ୍ୟରେ। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ଅଛନ୍ତି ୭୩.୭୫ ପ୍ରତିଶତ ଓ ପୁରୁଷ ଭୋଟର ଅଛନ୍ତି ୭୧.୪୪ ପ୍ରତିଶତ। ଏହାର ଅର୍ଥ ନିଜର ମତାଧିକାର ସାବ୍ୟସ୍ତ କରିବାରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା। ପ୍ରଥମ ପର୍ଯ୍ୟାୟରେ ବି ମହିଳା ଭୋଟରଙ୍କ ମତଦାନ ପ୍ରତିଶତ ଅଧିକ ଥିଲା।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଚିଲିକାକୁ ବିକ୍ରି କରିବା ପାଇଁ ବିଜେପି କରିଥିଲା ଷଡ଼ଯନ୍ତ୍ର – ନବୀନ

ନବୀନ ଡିଜିଟାଲ ମିଡିଆର ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା

Comment