ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 11am

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ମତ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ

ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଭୁବନେଶ୍ୱରସ୍ଥିତ ଏରୋଡ୍ରମ କଲୋନୀରେ ଥିବା ୟୁପି ସ୍କୁଲରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଆଜି ନବୀନ ପାଖାପାଖି ୯.୪୦ରେ ବୁଥ ନମ୍ବର ୧୧୨ରେ ପହଞ୍ଚି ନିଜ ମତ ଦେଇଛନ୍ତି। ଭୋଟ୍ ଦେବା ପରେ ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ।

ପୂର୍ବ ଦିଲ୍ଲୀ ପାଇଁ ବିଜେପି ପ୍ରାର୍ଥୀ ହେଲେ ଗୌତମ ଗମ୍ଭୀର

ନିକଟରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏଥର ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତିା ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛିା ଦିଲ୍ଲୀର ସମୁଦାୟ ୭ଟି ଆସନରୁ ବିଜେପି ରବିବାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।

ଗଣତନ୍ତ୍ର ମହାକୁମ୍ଭରେ ସାମିଲ ହୋଇ ଭୋଟଦେଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ ପୂର୍ବରୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ତାଲଚେରରେ ଭୋଟ ଦେଇଛନ୍ତି। ୬୦ ନମ୍ବର ବୁଥରେ ଧର୍ମେନ୍ଦ୍ର ପ୍ରଧାନ ଭୋଟ ଦେଇଛନ୍ତି। ସେ ପୋଲିଂ ବୁଥର ଧାଡ଼ିରେ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ପ୍ରତିଶତ ମତଦାନ

ସାରା ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ତେବେ ଦିନ ୯ଟା ସୁଦ୍ଧା ରାଜ୍ୟରେ ୬ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭୋଟ୍ ଦେଲେ ଅପରାଜିତା

ଭୋଟ୍ ଦେଲେ ଭୁବନେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସେ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜ୍ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ କେନ୍ଦ୍ରକୁ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି। ଅପରାଜିତା ଲମ୍ବା ଧାଡ଼ିରେ ଠିଆ ହୋଇ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି।

ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ : ୪୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଆଜି ରାଜ୍ୟରେ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଲାଗି ମତଦାନ। ମୋଟ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ନିଜର ମତାଧିକାର ସାବ୍ୟସ୍ତ କରିବେ ଜନତା। ସକାଳ ୭ରୁ ଲୋକେମାନେ ବିଭିନ୍ନ ବୁଥରେ ଲାଇନ୍ ଲଗାଇ ନିଜର ଭୋଟ୍ ସାବ୍ୟସ୍ତ କରୁଛନ୍ତି। ଆଜି ୧୦ ହଜାର ୪୬୪ ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ୬ ଲୋକସଭା ଲାଗି ୬୧ ପ୍ରାର୍ଥୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଲାଗି ୩୫୬ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ବି ଅଛନ୍ତି।

ଆଜି ଓଡ଼ିଶା ଆସିବେ ମୋଦି : ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ କରିବେ ପ୍ରଚାର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କେନ୍ଦ୍ରାପଡ଼ା ବାରୁଆ ପଡ଼ିଆରେ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ କରିବେ ନିର୍ବାଚନୀ ପ୍ରଚାର। ଏ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ ବାଲେଶ୍ୱର ଯାଇ ନିର୍ବାଚନ ପ୍ରଚାର କରିବେ ନରେନ୍ଦ୍ର ମୋଦି।

ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୋଇ ଭୋଟ ଦେଲେ ମୋଦି

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛିା ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ଆସନ ଓ କେରଳର ସମସ୍ତ ଆସନରେ ମତଦାନ ହେବା ମୋଦି ଆଜି ଗୁଜୁରାଟର ଅହମ୍ମଦାବାଦରେ ନିଜର ମତ ସାବ୍ୟସ୍ତ କରିଛନ୍ତି।

ରାହୁଲ ଓ ଅମିତ ଶାହଙ୍କ ଭାଗ୍ୟ ପରୀକ୍ଷା ଆଜି

ଆଜି ତୃତୀୟ ପର୍ଯ୍ୟାୟରେ୧୩ ରାଜ୍ୟରେ ରାଜ୍ୟର ୧୧୬ ଆସନରେ ମତଦାନ ହେଉଛି। ତୃତୀୟ ପର୍ଯ୍ୟାୟରେ ଦୁଇ ହେବିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ଏହି ଦୁଇ ହେଭିଓ୍ୱେଟ ନେତା ହେଲେ ଅମିତ ଶାହ, ରାହୁଲ ଗାନ୍ଧି। ଏହି ଦୁଇ ନେତାଙ୍କ ଆସନ ଗୁଜୁରାଟ ଓ କେରଳରେ ମତଦାନ ହେଉଛି। ଗୁଜୁରାଟର ଗାନ୍ଧି ନଗରରୁ ଅମିତ ଶାହ, କେରଳ ଓ୍ୱାଇନାଡରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ ହେବା

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ତୃତୀୟ ପର୍ଯ୍ୟାୟ ମତଦାନ : ଆଜି ‘ବାବୁ-ବାବୁଆଣୀ’ଙ୍କ ପାଳି

କାହାର ହେବ ଭୁବନେଶ୍ୱର ଉତ୍ତର ଆସନ?

ମୁଁ ବୋଧେ କାଲି ମରିଯାଇଥାନ୍ତି – ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍

ପିପିଲିରେ କ’ଣ ହେବ ମହାରଥୀଙ୍କ ଭାଗ୍ୟ?

ମତଦାନର ମାତ୍ର ଦିନକ ଆଗରୁ କାହିଁକି ଗିରଫ ହେଲେ ପ୍ରଦୀପ ମହାରଥୀ?

Comment