ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ଆଇପିଏଲ୍‌ରେ ହେବାକୁ ଯାଉଛି ଚଳିତ ସିଜନର ୪୧ ତମ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଭେଟିବାକୁ ଯାଉଛି ଚେନ୍ନାଇ ସୁପରକିଙ୍ଗ୍ସ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ରାତି ୮ଟାରେ ହେବାକୁ ଯାଉଛି ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌।

ପୂର୍ବ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ବେଙ୍ଗାଳୁରୁଠାରୁ ୧ ରନ୍‌ରେ ହାରିଥିଲା। ତେବେ ଏହି ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଚେନ୍ନାଇ ଟିମ୍‌ ପଏଣ୍ଟ ଟେବୁଲର ଦିଲ୍ଲୀ ତଳକୁ ଦ୍ୱିତୀୟ ସ୍ଥାନରେ ଅଛି। ଆଜିର ମ୍ୟାଚ୍‌ରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବ ଧୋନି ବାହିନୀ।

ଅନ୍ୟପକ୍ଷରେ ଗତ ଦୁଇଟି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଟିମ୍‌ ବିଜୟ ହାସଲ କରିଥିବାରୁ ତା’ର ମନୋବଳ ଦୃଢ଼ ରହିଛି। ତେଣୁ ଆଜିର ମ୍ୟାଚ୍‌ରେ ହାଇଦ୍ରାବାଦର ଚେନ୍ନାଇକୁ ହରାଇବାର ଲକ୍ଷ ରଖିବ।

Comment