ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଆଇପିଏଲ୍‌ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରବାଦକୁ ଭେଟିଛି ରାଜସ୍ଥାନ ରୟାଲ୍‌ସ। ହାଇଦ୍ରବାଦର ରାଜୀବ ଗାନ୍ଧି ଆନ୍ତର୍ଜାତୀୟ ଷ୍ଟାଡିୟମ ଏହି ମ୍ୟାଚ୍ ଖେଳାଯାଉଛି।

ଟସ୍‌ ଜିତି ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଜିଙ୍କ୍ୟ ରାହୋଣେ ଓ ଜୋସ୍‌ ବଟ୍‌ଲର ରାଜସ୍ଥାନ ପାଇଁ ଓପନିଂ କରିଛନ୍ତି। ସେହିପରି ହାଇଦ୍ରବାଦ ପକ୍ଷରୁ ଦଳରୁ ଭୁବେନେଶ୍ୱର କୁମାର ବୋଲିଂ କରୁଛନ୍ତି।

ଏପର୍ଯ୍ୟନ୍ତ ଉଭୟ ରାଜସ୍ଥାନ ଓ ହାଇଦ୍ରବାଦ ଟିମ୍‌ ସିଜନ୍‌ରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ଦୁହେଁ ପରାସ୍ତ ହୋଇ ପଏଣ୍ଟ ଟେବୁଲର ତଳେ ଅଛନ୍ତି।

Comment