ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ ରୟାଲ୍‌ସର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଚଳିତ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣରେ ପ୍ରଥମ ଶତକ ମାରିଛନ୍ତି। ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଅଷ୍ଟମ ମ୍ୟାଚ୍‌ରେ ରାଜସ୍ଥାନର ସଞ୍ଜୁ ସାମସନ୍‌ ଜବରଦସ୍ତ ବ୍ୟାଟିଂ କରି ଶତକ କରିବାର ସୁନାମ ଅର୍ଜନ କରିଛନ୍ତ।

ରାଜସ୍ଥାନ ରୟାଲ୍‌ସ ଟସ୍‌ ଜିତି ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୯୮ ରନ୍‌ ସଂଗ୍ରହ କରିଥିଲା। ସେଥିମଧ୍ୟରୁ ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ଙ୍କ ନଜସ୍ୱ ୧୦୨ ରନ୍‌ ଥିଲା। ସେ ୧୦ଟି ଚୌକା ଓ ୪ଟି ଛକା ମାରି ହାଇଦ୍ରାବାଦ ବିପକ୍ଷରେ ୧୯୮ର ଏକ ବଡ଼ ସ୍କୋର ଛିଡ଼ା କରିପାରିଥିଲେ।

ସାମସନ୍‌ଙ୍କ ଶତକ ସତ୍ତ୍ୱେ ଗତ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସ ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ହାରିଛି। ହାଇଦ୍ରାବାଦ ଟିମ୍‌ର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ଣ୍ଣରଙ୍କ ୬୯ ରନ୍‌(୩୭)ରେ ଦଳକୁ ଜିତାଇଛି।

Comment