ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ନେବାପରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବେ ଚର୍ଚ୍ଚାରେ ଅଛନ୍ତିା ବୁଧବାର ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିଆରା ସାକ୍ଷାତକାର ଦେଇଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସାକ୍ଷାତକାର ଯେଉଁଥିରେ ସେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିନାହାନ୍ତି।

ଏହି ସମୟରେ ମୋଦି ନିଜ ବ୍ୟକ୍ତିଗତ ଜୀବନଶୈଳୀ, ପରିବାର, କାମ ପ୍ରତିଟି ବିଷୟରେ ଅକ୍ଷୟଙ୍କ ସହ କଥା ହୋଇଛନ୍ତିା

ଏହି ସାକ୍ଷାତକାରରେ ଅକ୍ଷୟ କୁମାର ମୋଦିଙ୍କ ଫିଟନେସ ଉପରେ ବି କଥା ହୋଇଛନ୍ତିା ମୋଦିଙ୍କ ସହ କଥା ହେଲାବେଳେ ଅକ୍ଷୟ କୁମାର ମଧ୍ୟ ତାଙ୍କ ଫିଟନେସର ରାଜ ସମ୍ପର୍କରେ କହିଛନ୍ତିା ଅକ୍ଷୟ ତାଙ୍କ ଡାଏଟ ସହ ଜଡ଼ିତ ଏକ ସିକ୍ରେଟ ମଧ୍ୟ କହିଛନ୍ତିା

‘‘ମୁଁ ମୋ ଜୀବନରେ ୭,୧୨,୫ ଇନଟୁ ୪୦କୁ ଅନୁସରଣ କରିଥାଏା ଅର୍ଥାତ ୭ଟା ବେଳେ ବ୍ରେକଫାଷ୍ଟ, ୧୨ଟାରେ ଲଞ୍ଚ, ୫ଟାରେ ଡିନର କରେ, ୪୦ ଅର୍ଥାତ ଥରକେ ପାଟିକୁ ଯେତିକି ଖାଇବା ଯାଏ ମୁଁ ତାକୁ ୪୦ ଥର ଚୋବାଇଥାଏ’’, ସାକ୍ଷାତକାର ସମୟରେ ଅକ୍ଷୟ କୁମାର ଏହା କହିଛନ୍ତିା

ଏହି ସମୟରେ ଅକ୍ଷୟ କୁମାର ମୋଦିଙ୍କୁ ପଚାରିଥିଲେ କ’ଣ ଆପଣ ଏଥିରେ ସହମତ। ମୋଦି ଏହାକୁ ଏକଦମ ଠିକ ବୋଲି କହିଥିଲୋ

Comment