ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ପ୍ରଚାରର ଶେଷ ଦିନରେ ଦମ୍ ଦେଖାଇଲେ ନବୀନ ଓ ଅମିତ ଶାହ

ସରିଗଲା ପ୍ରଚାର। ଗାଁ ଦାଣ୍ଡରେ ଆଉ ଡାକିବାଜି ଯନ୍ତ୍ରର ଗର୍ଜନ ଶୁଭିବ ନାହିଁ କି ରାଲି ଓ ରୋଡ ସୋ’ ଦେଖିବାକୁ ମିଳିବନି। ପ୍ରାର୍ଥୀ ବି ଆଉ ଦୁଆର ଦୁଆର ବୁଲି ଭୋଟ ମାଗିବେନି। ସୋମବାର ଭୋଟ ଗ୍ରହଣ ଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଯାଇଛି। ତେବେ ପ୍ରଚାରର ଶେଷ ଦିନରେ ହେବିଓ୍ୱେଟ ନେତାମାନେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ନିର୍ବାଚନୀ ମଇଦାନରେ ଦମ୍ ଦେଖାଇଛନ୍ତି ନେତା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷ ଦିନରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଅମିତ ଶାହ ଆଜି ଦିଲ୍ଲୀରୁ ଆସିଥିଲେ।

ଶେଷ ହେଲା ପ୍ରଚାର, ବୁଥ୍ ମୁହାଁ ପୋଲିଂ ପାର୍ଟି

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ଆଜି ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ସୋମବାର ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ପୋଲିଂ ପାର୍ଟି ଇଭିଏମ୍ ଓ ଭିଭିପାଟ ମେସିନ ନେଇ ବୁଥ ଅଭିମୁଖେ ଯାଇଛନ୍ତି। ଓଡ଼ିଶାର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ପାଇଁ ସୋମବାର ହେବ ଭୋଟିଂ। ୬ ଲୋକସଭା ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

କେନ୍ଦ୍ରାପଡ଼ାରେ ନବୀନଙ୍କ ଶେଷ କାର୍ଡ – କହିଲେ, ‘‘ବୈଜୟନ୍ତ ବିଶ୍ୱାସଘାତକ’’

‘‘କେନ୍ଦ୍ରାପଡ଼ାର ଦାୟିତ୍ୱ ମୁଁ ଜଣେ ଯୁବକ ଏବଂ ଉଚ୍ଚଶିକ୍ଷିତଙ୍କ ହାତରେ ଦେଇଥିଲି। ମୋ’ ଭରସାରେ ଲୋକ ତାଙ୍କୁ ଭୋଟ ଦେଲେ। ହେଲେ ସେ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାର୍ଥ ବଦଳରେ ନିଜ ସ୍ୱାର୍ଥ ଦେଖିଲେ। ସେ ସମସ୍ତଙ୍କ ସହ ବିଶ୍ୱାସଘାତ କଲେ। କେନ୍ଦ୍ରାପଡ଼ାବାସୀ ସ୍ୱାଭିମାନୀ। ଏଥର ତାଙ୍କୁ ବରଦାସ୍ତ କରିବେନି’’, ବୈଜୟନ୍ତଙ୍କ ନାଁ ନନେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ଦେଲା ବିଜେଡି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବିଜେପି କାର୍ଯ୍ୟାଳୟରେ ଏକ ପ୍ରେସମିଟ କରିଥିଲୋ ଏହି ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ଟାର୍ଗେଟର କଡ଼ା ଜବାବ ଦେଇଛି ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ କରି ନବୀନ ସରକାରର ବିକାଶର ତାଲିକା ଦେଇଛନ୍ତି।

୧୦ଟି ବୁଥରେ ସାନି ମତଦାନ

ରାଜ୍ୟରେ ୧୦ଟି ବୁଥରେ ହେବ ସାନି ମତଦାନ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ବ୍ରହ୍ମଗିରି ବିଧାନସଭା ଆସନର ୬୨, ୨୨୨ ନମ୍ବର ବୁଥ୍, ବଡ଼ମ୍ବାର ୧୯୬ ବୁଥ୍, ସିଆରିଆ ୧୮୩ ବୁଥ୍,  ସତ୍ୟବାଦୀର ବୁଥ ନମ୍ବର ୭୮, ତାଳଚେରର ବୁଥ୍ ନମ୍ବର ୮୫, ଆଠଗଡ଼ର ବୁଥ୍ ୯୦, ୧୦୦, ୧୩୭ ଓ ୧୩୮ ବୁଥରେ ସାନି ମତଦାନ ହେବ।

ଜାଣନ୍ତୁ, ୫ ବର୍ଷରେ କେତେ ବଢ଼ିଛି ମୋଦିଙ୍କ ସମ୍ପତ୍ତି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରଣାସୀରେ ନାମାଙ୍କନ ଦାଖଲ କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ମୋଦି। ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ ସତ୍ୟପାଠ ଦାଖଲ କରିଛନ୍ତି ଯେଉଁଥିରେ ଶିକ୍ଷା ଏବଂ ସମ୍ପତ୍ତି ତାଲିକା ଉଲ୍ଲେଖ ରହିଛି। ଗତ ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଆୟ ଦୁଇ ଗୁଣା ବଢ଼ିଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବାସୁଦେବପୁରରେ କିଏ ମାରିବ ବାଜି?

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ‘ତ୍ରିକୋଣୀୟ’ ମୁକାବିଲା ସ୍ପଷ୍ଟ

ବିଜେଡିର ଟାର୍ଗେଟ : ବୈଜୟନ୍ତ ଓ ବିଜୟ!

Comment