ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 2PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଓଡ଼ିଶାବାସୀ ନୁହେଁ, ଭୋଟ୍ ବିଜେପି ପାଇଁ ମୂଲ୍ୟବାନ – ନବୀନ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ଏପ୍ରିଲ ୨୯ରେ। ଆଜି ସରୁଛି ପ୍ରଚାର। ଆଜି ଶେଷ ଦିନରେ କେନ୍ଦ୍ରାପଡ଼ାରେ ହାଇଟେକ୍ ପ୍ରଚାରରେ ବାହାରିଛନ୍ତି ନବୀନ ପଟ୍ଟନାୟକ। ନବୀନ ରୋଡ ସୋ’ କରି ପଟ୍ଟାମୁଣ୍ଡାଇରେ ଅଭିଭାଷଣ ଦେଇଛନ୍ତି। ସେ ନିଜ ଅଭିଭାଷଣରେ ପୁଣି କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ଦେଲା ବିଜେଡି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବିଜେପି କାର୍ଯ୍ୟାଳୟରେ ଏକ ପ୍ରେସମିଟ କରିଥିଲୋ ଏହି ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ଟାର୍ଗେଟର କଡ଼ା ଜବାବ ଦେଇଛି ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ କରି ନବୀନ ସରକାରର ବିକାଶର ତାଲିକା ଦେଇଛନ୍ତି।

୧୦ଟି ବୁଥରେ ସାନି ମତଦାନ

ରାଜ୍ୟରେ ୧୦ଟି ବୁଥରେ ହେବ ସାନି ମତଦାନ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ବ୍ରହ୍ମଗିରି ବିଧାନସଭା ଆସନର ୬୨, ୨୨୨ ନମ୍ବର ବୁଥ୍, ବଡ଼ମ୍ବାର ୧୯୬ ବୁଥ୍, ସିଆରିଆ ୧୮୩ ବୁଥ୍,  ସତ୍ୟବାଦୀର ବୁଥ ନମ୍ବର ୭୮, ତାଳଚେରର ବୁଥ୍ ନମ୍ବର ୮୫, ଆଠଗଡ଼ର ବୁଥ୍ ୯୦, ୧୦୦, ୧୩୭ ଓ ୧୩୮ ବୁଥରେ ସାନି ମତଦାନ ହେବ।

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ – ୧୯ ବର୍ଷ ଶାସନରେ କ’ଣ କରିଛନ୍ତି, ଆଗାମୀ ୫ ବର୍ଷରେ କ’ଣ କରିବେ?

ନବୀନଙ୍କୁ ଆଜି ସିଧାସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ଆଜି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ପ୍ରଧାନ ସିଧା ନବୀନ ପଟ୍ଟନାୟକଙ୍କୁ ଆଟାକ କରିଛନ୍ତି।

ଧର୍ମେନ୍ଦ୍ରଙ୍କ ପ୍ରଶ୍ନ

  • ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ରାଜ୍ୟବାସୀଙ୍କ ପାଇଁ କ’ଣ କରିଛନ୍ତି?
  • ଆଗାମୀ ୫ ବର୍ଷରେ କ’ଣ କରିବେ?

‘‘ନବୀନ ପଟ୍ଟନାୟକ କ’ଣ କ’ଣ କରିଛନ୍ତି ତା’ର ହିସାବ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହେଉଛନ୍ତି। ନରେନ୍ଦ୍ର ମୋଦିଙ୍କ ନାଁ ଓ ପରିବର୍ତ୍ତନ ନାଁ ଶୁଣିଲେ ବିରକ୍ତ ହୋଇ ପଡ଼ୁଛନ୍ତି’’ ,ଏଭଳି କହି ତାତ୍ସଲ୍ୟ କରିଛନ୍ତି ଧର୍ମେନ୍ଦ୍ର।

ଆଉ ଦିନକ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର

ଏପ୍ରିଲ ୨୯ରେ ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ ଲୋକସଭା ସହ ୪୧ ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ। ଭୋଟକୁ ଆଉ ଗୋଟିଏ ଦିନ ଥିବା ବେଳେ ଆଜି ଅପରାହ୍ଣରେ ସରୁଛି ପ୍ରଚାର। ତିନି ପ୍ରମୁଖ ଦଳ (ବିଜେପି, ବିଜେଡି, କଂଗ୍ରେସ) ସେମାନଙ୍କର ପ୍ରଚାରକୁ ଜୋରସୋର କରିଛନ୍ତି। ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ଲାଗି ଆଜି ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ।

ଜାଣନ୍ତୁ, ୫ ବର୍ଷରେ କେତେ ବଢ଼ିଛି ମୋଦିଙ୍କ ସମ୍ପତ୍ତି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରଣାସୀରେ ନାମାଙ୍କନ ଦାଖଲ କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ମୋଦି। ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ ସତ୍ୟପାଠ ଦାଖଲ କରିଛନ୍ତି ଯେଉଁଥିରେ ଶିକ୍ଷା ଏବଂ ସମ୍ପତ୍ତି ତାଲିକା ଉଲ୍ଲେଖ ରହିଛି। ଗତ ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଆୟ ଦୁଇ ଗୁଣା ବଢ଼ିଛି। ୨୦୧୩-୧୪ ବର୍ଷରେ ମୋଦିଙ୍କ ଆୟ ୯ ଲକ୍ଷ ୬୯ ହଜାର ୭୧୧ ଟଙ୍କା ଥିଲାବେଳେ ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ୧୯ ଲକ୍ଷ ୯୨ ହଜାର ୫୨୦ ଟଙ୍କା ରହିଛି। ସେହିପରି ମୋଦିଙ୍କ ଆୟ ୫ ବର୍ଷରେ ୧୦ ଲକ୍ଷ ୨୨ ହଜାର ୮୦୯ ଟଙ୍କା ବଢ଼ିଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ‘ତ୍ରିକୋଣୀୟ’ ମୁକାବିଲା ସ୍ପଷ୍ଟ

ବିଜେଡିର ଟାର୍ଗେଟ : ବୈଜୟନ୍ତ ଓ ବିଜୟ!

ଦାମ ଦେଖାଇଲେ ଦମ୍ – ‘‘ବିଜେପି ହିଁ ନବୀନ ସରକାରକୁ ହଟାଇବ’’

ବାପ-ପୁଅ ସବୁଠୁ ଧନୀ ପ୍ରାର୍ଥୀ

Comment