ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ଆମେଥିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଏକ ଗାଁରେ ପ୍ରଚାର ସମୟରେ ହଠାତ୍ ଜଳିଯାଉଥିବା ଚାଷ ଜମିକୁ ଯାଇ ନିଆଁ ଲିଭାଇଥିଲେ ସ୍ମୃତି।

ଖାଲି ସେତିକି ନୁହେଁ, ହ୍ୟାଣ୍ଡପମ୍ପ ମାରି ପାଣି ବୋହି ନିଆଁ ଲିଭାଇବାରେ ଲାଗି ପଡ଼ିଥିଲେ। ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀ ମଧ୍ୟ ସହାୟତା କରିଥିଲେ। କିନ୍ତୁ ବିଳମ୍ବରେ ଆସିଥିବା କାରଣରୁ ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ଘଟଣାଟି ଆମେଥିର ପୁରୁବଦ୍ୱାର ଗାଁରେ ଘଟିଛି।

ହଠାତ୍ ଗହମ ବିଲରେ ନିଆଁ ଲାଗିଯାଇଥିଲା। ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଗାଁରେ ପ୍ରଚାର କରି ଯାଉଥିବା ବେଳେ ତାଙ୍କ ନଜରରେ ପଡ଼ିଥିଲା ଏହି ଚିତ୍ର। ସଙ୍ଗେସଙ୍ଗେ ପ୍ରଚାର ଛାଡ଼ି ସମର୍ଥକଙ୍କ ସହ ନିଆଁ ଲିଭାଇବାରେ ଲାଗିପଡ଼ିଥିଲେ। ଶେଷରେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ। ବାଲଟିରେ ପାଣି ପୂରାଇ ବୋହୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଖାଲି ସେତିକି ନୁହେଁ ଯେଉଁ ଚାଷୀଙ୍କ ବିଲରେ ନିଆଁ ଲାଗିଥିଲା ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଭେଟିଥିଲେ ସ୍ମୃତି।

ଆମେଥିରୁ ବିଜେପି ପ୍ରାର୍ଥୀ ହୋଇଥିବା ସ୍ମୃତି ଇରାନି ତିନି ଥର ସାଂସଦ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ନିର୍ବାଚନରେ ଟକ୍କର ଦେଉଛନ୍ତି। ସ୍ମୃତି ବହୁ ଦିନ ଧରି ଆମେଥିରେ ସକ୍ରିୟ ଅଛନ୍ତି।

Comment