ଓଡ଼ିଶାଲାଇଭ ବ୍ୟୁରୋpriyanka jogi

ଉତ୍ତରପ୍ରଦେଶର ଚର୍ଚ୍ଚିତ ଲୋକସଭା ଆସନ ଆମେଥି ଉପରେ ସମସ୍ତଙ୍କ ନଜର ରହିଛି। ଆମେଠୀ ଆସନରେ କଂଗ୍ରେସର ରାହୁଲ ଗାନ୍ଧି ଓ ବିଜେପିର ସ୍ମୃତି ଇରାନୀଙ୍କ ମଧ୍ୟରେ ମହାଲଢ଼େଇ ହେବ। ଏହି ଦୁଇ ପ୍ରାର୍ଥୀଙ୍କ ପାଇଁ ଆଜି ଆମେଥିରେ ପ୍ରଚାରରେ ମୁହାଁମୁହିଁ ହେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି।

ପ୍ରିୟଙ୍କା ଭାଇ ରାହୁଲଙ୍କ ପାଇଁ ପ୍ରଚାର କରିବା ବେଳେ ଯୋଗୀ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ପାଇଁ ପ୍ରଚାର କରିବେ।

ପ୍ରିୟଙ୍କା ଦୁଇ ଦିନ ପର୍ଯ୍ୟନ୍ତ ଆମେଥିରେ ପ୍ରଚାର କରିବେ।

ଆମେଥିରେ ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ ୬ ମେ’ରେ ମତଦାନ ହେବ। ୨୦୧୪ ନିର୍ବାଚନରେ ମଧ୍ୟ ଏଠାରେ ସ୍ମୃତି ଓ ରାହୁଲଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ମାତ୍ର ରାହୁଲ ଏଥିରେ ବିଜୟୀ ହୋଇଥିଲେ।

Comment