ଓଡ଼ିଶାଲାଇଭ ବ୍ୟୁରୋ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାରା ବାତ୍ୟା ବେଳେ ବିଭିନ୍ନ ଜିଲ୍ଲାର ଷ୍ଟ୍ରଙ୍ଗ ରୁମରେ ଥିବା ଇଭିଏମକୁ କିପରି ସୁରକ୍ଷା ଦିଆଯିବ ସେନେଇ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ବାତ୍ୟା ପ୍ରଭାବିତ ସ୍ଥାନରେ ଇଭିଏମକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ ବୋଲି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିା

‘‘ବାତ୍ୟା ପ୍ରଭାବିତ ଅଞ୍ଚଳରେ ଇଭିଏମକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ଆସିଛିା ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। କମିଶନଙ୍କ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ’’, କହିଛନ୍ତି ସୁରେନ୍ଦ୍ର କୁମାର।

ଜଗତସିଂହପୁର ଏବଂ ଗଞ୍ଜାମ ଜିଲ୍ଲାର ମୋହନାରେ ଇଭିଏମକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯିବା ଜଗତସିଂହପୁର ଏସଭିଏମ କଲେଜର ତଳ ରୁମରୁ ଇଭିଏମକୁ ଉପର ମହଲାକୁ ନିଆଯିବ। ମୋହନା ଷ୍ଟ୍ରଙ୍ଗ ରୁମରେ ଥିବା ଇଭିଏମକୁ ମଧ୍ୟ ଜିଲ୍ଲାପାଳ ଅଫିସର ନବନିର୍ମିତ ଇଭିଏମ ଗୋଦାମକୁ ନିଆଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତିା

ଏଥିସହ କୋରାପୁଟର ଲକ୍ଷ୍ମୀପୁର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଭୁବନେଶ୍ୱର, ଚିଲିକା, କଟକର ବାଙ୍କି, ଆଠଗଡ଼, ଅନୁଗୁଳ, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରର ଆନନ୍ଦପୁର, ସମ୍ବଲପୁରର ରେଢ଼ାଖୋଲ, କୁଚିଣ୍ଡା, ଜଗତସିଂହପୁର, ବାଲେଶ୍ୱରରେ ଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ଉପରେ ନଜର ରହିଛି।

ଇଭିଏମଗୁଡ଼ିକର ସ୍ଥାନାନ୍ତର ସମସ୍ତ ରାଜନୈତିକ ଦଳଙ୍କ ଉପସ୍ଥିତିରେ କରାଯିବ ଏବଂ ଏସବୁର ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି  ସୁରେନ୍ଦ୍ର କୁମାର।

Comment