ଓଡ଼ିଶାଲାଇଭ ବ୍ୟୁରୋ

ବୁଧବାର ଛତିଶଗଡ଼ର ଦାନ୍ତେଓ୍ୱାଡ଼ାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଫଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି।

ଖବର ମୁତାବକ, ବୁଧବାର ଦାନ୍ତେଓ୍ୱାଡ଼ା ଗୋଣ୍ଡେରସ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଡିଆରଜି ଏବଂ ଏସଟିଏଫ ଯବାନ ମିଳିତ ଅପରେସନରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି।

Comment