ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରେ କରୋନା ସଂକ୍ରମଣ ସ୍ଥିତି ଭୟଙ୍କର ରହିଛି। ରାଜ୍ୟର ସ୍ଥିତି ଦେଖି ସମସ୍ତ ୨୮ ଟି ଜିଲ୍ଲାରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପ୍ରିଲ ୨୦ ସନ୍ଧ୍ୟା ୬ଟାରୁ ମେ’ ୧ ସକାଳ ୭ ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଚିକିତ୍ସା ଏବଂ ଅନ୍ୟାନ୍ୟ ଜରୁରୀ ସେବାଗୁଡିକ ଚାଲୁ ରହିବ।

ଗତ ୨୪ ଘଣ୍ଟା ମଧ୍ୟରେ ଛତିଶଗଡରେ ୧୩, ୮୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୬୫ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୮ ହଜାର ୬୭୪କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୯ ହଜାର।

ଦେଶରେ ଏବେ କରୋନା ସ୍ଥିତି ଗମ୍ଭୀର ରହିଛି। ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ରାଜସ୍ଥାନ, ଉତ୍ତରପ୍ରଦେଶ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। କରୋନାକୁ ରୋକିବା ପାଇଁ ସମସ୍ତ ରାଜ୍ୟଗୁଡ଼ିକରେ ବିଭିନ୍ନ ପଦକ୍ଷେପ ନିଆଯାଉଛି।

Comment